ଆବାସ ଯୋଜନାରେ ମହା ଦୁର୍ନିତୀ ଅଭିଯୋଗ

କେନ୍ଦୁଝରଜିଲ୍ଲା: ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଂଚିତ ହୋଇଥିବା ଯୋଗୁଁ କେନ୍ଦୁଝର ଝୁମ୍ପୁରା ବ୍ଲକଅନ୍ତର୍ଗତ ବଡନେଉଳି ଗ୍ରାମପଞ୍ଚାୟତର ମୁଖ୍ୟ ଫାଟକରେ ତାଲା ପକାଇ ଗ୍ରାମବାସୀ ମାନେ ଅଭିନବ ଉପାୟରେ ବିରୋଧ କରିଛନ୍ତି। ପ୍ରକୃତ ହିତାଧିକାରୀ ବଂଚିତ ହେଉଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। କଣ ସ୍ବାର୍ଥନେଇ ଗୋଟିଏ ଗ୍ରାମରେ ସର୍ବାଧିକ ଆବାସ ନିର୍ମାଣ ପାଇଁ ଲିଷ୍ଟ ହୋଇଥିବା ବେଳେ GRSଙ୍କ ନିଜ ଗ୍ରାମରେ ଅବିକଳ ରୂପରେଖ ଦେଖିବାକୁ ମିଳୁଛି ।ଆବାସ ଯୋଜନାରେ କିଛି ତୃତୀୟ ହାତ କାମ କରୁନି ତ? ଏଥିରେ ବଡନେଉଳି ସରପଞ୍ଚ ଉପରିସ୍ଥ ଅଧିକାରୀଙ୍କୁ ପଚାରି ଥିଲେ, ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ ଝୁମ୍ପୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଦେଖିବାକୁ ରହିଲା କେନ୍ଦୁଝର ପ୍ରଶାସନ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେଉଛନ୍ତି ନା ଅନ୍ୟକିଛି ଉପାୟ ବାହାର କରୁଛନ୍ତି।
