November 18, 2025

Sabubarga Khabar

All category news

ଆବାସ ଯୋଜନାରୁ ବଞ୍ଚିତ ପରିବାର ଦିନ କାଟୁଛନ୍ତି ପଲିଥିନ ତଳେ…

ମାଲକାନଗିରି (ସଖପ୍ର):ଦେଶ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଆସୁଥିବା ବେଳେ ଗରିବଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା, ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ। ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି କିନ୍ତୁ କିଛି ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ବାରମ୍ବାର ଆବେଦନ ଏବଂ ଗୁହାରି ସତ୍ତ୍ୱେ ବି ଅନେକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି । ଆବାସ ଯୋଜନାରୁ ବଞ୍ଚିତ ହୋଇ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୯୯ ଗ୍ରାମର ଜଣେ ବିଧବା ମହିଳା ନିଜ ପରିବାର ସହିତ ଭଙ୍ଗା ଘରେ ପଲିଥିନ୍ ଢ଼ାଙ୍କି ରହୁଛନ୍ତି। ଏମ୍‌ଭି-୯୯ ଗ୍ରାମର କଳ୍ପନା ଘରାମୀଙ୍କ ସ୍ବାମୀ ନିରଂଜନ ଗତ କିଛି ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ୪ ଝିଅ ଓ ୨ପୁଅର ଦାୟିତ୍ବ ପଡ଼ିଛି କଳ୍ପନାଙ୍କ ଉପରେ। କଳ୍ପନାଙ୍କ ମଝିଆ ଝିଅ ଦିବ୍ୟାଙ୍ଗ ଅଟନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ନଥିବାରୁ କଳ୍ପନାଙ୍କ ପରିବାର ଏକ ଭଙ୍ଗା ଘରେ ପଲିଥିନ୍ ଢାଙ୍କି ରହୁଛନ୍ତି। ତାଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା କେବେ ତାକୁ ଘରଟିଏ ମିଳୁଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.