12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ

ଭବାନୀପାଟଣା: ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ ।

2004-05 ବର୍ଷରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଦିଆଯାଇଥିବା ଦର୍ଶାଯାଇଛି । ହେଲେ ତାଙ୍କର କୌଣସି ପକ୍କା ଘର ନଥିବା ଦେଖିବାକୁ ମିଳିଛି । ଏବେବି ସେ ଟାଇଲ ଛପର ମାଟି ଘରେ ରହୁଛନ୍ତି । ଆଉ ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ଯାଏଁ ଧାଉଁଛନ୍ତି ।
ସେହିପରି ସର୍ଭେ ରିପୋର୍ଟରେ ଏହି ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କର ପକ୍କା ଘର ଥିବା ଦର୍ଶାଇ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି । ହେଲେ ପ୍ରକୃତରେ ପୂର୍ଣ୍ଣଚନ୍ଦ୍ରଙ୍କର ଭଙ୍ଗାଦଦରା ଘର ଥିବାରୁ ସେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେପଟେ ଏପରି ଅଭିଯୋଗ ଆସିବା ପରେ ଏହି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ନର୍ଲା ବିଡିଓ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *