03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆନ୍ଧ୍ର ନିର୍ବାଚନ ପାଇଁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ଆନ୍ଧ୍ରର ପ୍ରଚାର ଗାଡି

ଗଞ୍ଜାମ : ଆନ୍ଧ୍ର ନିର୍ବାଚନ ପାଇଁ ଧସେଇ ପଶିଲା ପ୍ରଚାର ଗାଡି ତାହା ପୁଣି ଓଡ଼ିଶାର ବିଭିନ୍ନ ଗାଁରେ। ଆଗାମୀ 13 ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଓଡ଼ିଶାର ସୀମାନ୍ତ କୋରାପୁଟର କୋଟିଆଠୁ ଆରମ୍ଭ କରି ଗଜପତି, ରାୟଗଡା, ଗଞ୍ଜାମ ପ୍ରତ୍ୟେକଟି ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ବାସୀଙ୍କ ନିକଟରେ ରହିଛି ଆନ୍ଧ୍ରର ଭୋଟର ପ୍ରମାଣ ପତ୍ର। ଏମିତି କି ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସମୟରେ ପ୍ରଚାର ପ୍ରସାରର ଚିତ୍ର ସାମ୍ନାକୁ ଆସିଛି। ପୂର୍ବରୁ ପୋଷ୍ଟର ବ୍ୟାନର ଲାଗିଥିଲା। ବର୍ତ୍ତମାନ ପ୍ରଚାର ଗାଡି ବୁଲୁଛି। ବାଇକ ରାଲି ମଧ୍ୟ ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୀମାବର୍ତୀ ଅଂଞ୍ଚଳରେ ଗାଡି ସହ ରାଲି ପରିଲକ୍ଷିତ ହେଉଛି। ତୁମ୍ବା ପଞ୍ଚାୟତର କୁଲାଡି, ସାତପୁରୀ, ବୁରାତାଲ ପଞ୍ଚାୟତର ଗୁଡିଖଳା ଗ୍ରାମରେ ପ୍ରଚାର ହେଉଥିବା ଦେଖିବାକୁ ମିଳିଛି। ଗତକାଲି ପାତ୍ରପୁର ବ୍ଲକର ବିଭିନ୍ନ ସରକାରୀ ଅଧିକାରୀ ବିଭିନ୍ନ ଗାଁକୁ ଯାଇ ବୁଝାଇଥିଲେ। ଏମିତି କି ଲୋକମାନେ ଭୋଟ ଦେବେନି ବୋଲି ଲିଖିତ ଆକାରରେ ପ୍ରତିଶୃତି ଦେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *