01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆନ୍ଧ୍ର ଓଡ଼ିଶାକୁ କବଜା କରିବା ଯୋଜନା ୧୯୫୬ରୁ ହିଁ ଆରମ୍ଭ ହୋଇଥିଲା (କୋଟିଆ)

ଜୟପୁର: ଆନ୍ଧ୍ର ଓଡିଶାର ସୀମାନ୍ତ ଗାଁ ତଥା ବିବାଦୀୟ କୋଟିଆ ଗ୍ରାମପୁଂଜ ପାର୍ଶ୍ବ ଗାଁ ଡ଼ାଙ୍କିନି ୟେଲଙ୍ଗା ୱାଲାସାକୁ ନିଜ କବଜାରେ ରଖିଛି। ଏହି ଗାଁକୁ ଆନ୍ଧ୍ର ଅତ୍ୟନ୍ତ ଚାଲାକି ଭାବେ ନିଜ ମାନଚିତ୍ରରେ ମିଶାଇ ଦେଇଛି। ତେବେ ଏହି ଗାଁ ଓଡିଶାର। ଏହାର ପ୍ରମାଣ ଜୟପୁର ସବରେଜିଷ୍ଟ୍ରୀ କାର୍ଯ୍ୟାଳୟରେ ରହିଛି। ଏହି ଗାଁକୁ ବି ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି କହିଛନ୍ତି  ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ କୋରାପୁଟଜିଲ୍ଲାପାଳ ଗଦାଧର ପରିଡ଼ା। ସରକାର ସଠିକ ଭାବେ ପଦକ୍ଷେପ ନ ନେବା ଫଳରେ ଆନ୍ଧ୍ର ଏହା ପୂର୍ବରୁ ସିରକା, ନନ୍ଦା , ତାରିଡିୱାଲସାକୁ ମାଡ଼ି ବସି ନେଇଥିବା ବେଳେ ଏବେ କୋଟିଆ ଉପରେ ଆଖି ପକାଇଛି ବୋଲି କହିଛନ୍ତି ଗଦାଧର ପରିଡ଼ା। ୨୦୦୬ମସିହା ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାକୁ ଡିସଚାର୍ଜ କରି ସ୍ଥିତବସ୍ଥା(ଷ୍ଟାଟସ୍ କୋ) ଜାରୀ କରିଥିଲା। ରାଜ୍ୟ ସରକାର ସେତେବେଳେ ଠାରୁ କୋଟିଆ ଗ୍ରାମପୁଂଜକୁ ନେଇ କୋର୍ଟରେ ପୁଣି ମାମଲା ରୁଜୁ ନ କରିବା ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଓଡିଶାର ସବୁ ଓଡିଆଙ୍କର ସ୍ବାଭିମାନର ପ୍ରତୀକ କୋଟିଆ। ସମସ୍ତଙ୍କର ଦାବୀ କୌଣସି ପରିସ୍ଥିତିରେ କୋଟିଆର ଅଧଇଂଚ ଜମିବି ଆନ୍ଧ୍ରକୁ ଦେବେ ନାହିଁ। ତା ପରେ ରାଜ୍ୟ ସରକାର ଜାଗ୍ରତ ହୋଇଛି ବୋଲି କହିଛନ୍ତି ଗଦାଧର ପରିଡ଼ା। ଆମେ ଶୋଇ ପଡ଼ିଲେ ଆନ୍ଧ୍ର ଆମର ସବୁ ମାଢ଼ି ବସି ନେଇଯିବ ବୋଲି କହିଛନ୍ତି ଗଦାଧର ପରିଡ଼ା। ୧୯୫୬ମସିହା ବେଳକୁ ଆନ୍ଧ୍ର ଓଡିଶାର ସୀମାନ୍ତ ଗାଁ ତଥା ବିବାଦୀୟ କୋଟିଆ ଗ୍ରାମପୁଂଜ ପାର୍ଶ୍ବ ଗାଁ ଡ଼ାଙ୍କିନି ୟେଲଙ୍ଗା ୱାଲାସା ଓଡିଶାରେ ରହିଥିବା ପ୍ରମାଣ ରହିଥିବା କହିଛନ୍ତି ଗଦାଧର ପରିଡ଼ା। ଏହି ପ୍ରମାଣକୁ ନେଇ ଆମେ ଆମ ଗାଁ ଡ଼ାଙ୍କିନି ୟେଲଙ୍ଗା ୱାଲାସାକୁ ଫେରାଇ ଆଣିଲେ ଆନ୍ଧ୍ର କୋଟିଆ ଉପରେ ନଜର ପକାଇବା ଛାଡିବ ବୋଲି କହିଛନ୍ତି ଗଦାଧର ପରିଡ଼ା। ୧୯୫୬ ମସିହା ଏପ୍ରିଲ ୧୬ତାରିଖ ଦିନ ଜୟପୁର ସବରେଜିଷ୍ଟ୍ରୀ କାର୍ଯ୍ୟାଳୟରେ  କୋଟିଆ ଗ୍ରାମପୁଂଜ ଅର୍ନ୍ତଗତ ଡାଙ୍କିନି ୟେଲଙ୍ଗା ୱାଲାସାର ଜମି ପଂଜିକରଣ ହୋଇଥିଲା। ଏହି ଗାଁର କଣ୍ଡାପାଲ୍ଲୀ ତାମନଦଖି ନାମକ ଜଣେ ବ୍ୟକ୍ତି ତାଙ୍କର ୨୧ଏକର ଜମିକୁ ସାଲୁର ଅଂଚଳର ବିଡିକାଲାମ ଚିଙ୍ଗନଦଖିଙ୍କୁ ମାତ୍ର ୩୦୦ଟଙ୍କାରେ ବିକ୍ରୀ କରିଥିଲେ। ସେଠାରୁ ସାଲୁର ୧୫କିଲୋମିଟିର। ଯଦି ସେହି ଗାଁ ଆନ୍ଧ୍ରର ରହିଥିଲା ତେବେ ଉକ୍ତ ବ୍ୟକ୍ତି ଜଣକ ଜୟପୁର ଆସି କାହିଁକି ନିଜ ଜମି ପଂଜିକରଣ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଗଦାଧର ପରିଡ଼ା। ଜମି ପଂଜିକରଣ ଦଲିଲରେ କୋରାପୁଟ ତାଲୁକା ପଟ୍ଟାଙ୍ଗୀ ଥାନା ଅଧିନରେ ଏହି ଗାଁ ରହିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏଥିରୁ ସ୍ପଷ୍ଟ ରୁପେ ପ୍ରମାଣିତ ହେଉଛି ଯେ ଏହି ଗାଁ ଓଡିଶାର। ତେବେ ଏନେଇ ରାଜ୍ୟ ସରକାର ଖୋଳତାଡ଼ କଲେ ବହୁ ପ୍ରମାଣ ମିଳି ପାରିବ ଏବଂ ସବୁ ସ୍ପଷ୍ଟ ହେବ । ତେଣୁ ତୁରନ୍ତ ଏହି ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରନ୍ତୁ ବୋଲି ଗଦାଧର ପରିଡ଼ା କହିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *