11/13/2025

Sabubarga Khabar

All category news

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାଇପାଡ଼ ଗ୍ରାମ ଗସ୍ତରେ କୋରାପୁଟ ଉପଜିଲ୍ଲାପାଳ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗୋଲୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ରାଇପାଡ଼ ଗ୍ରାମକୁ ଆଜି କୋରାପୁଟ ଉପଜିଲ୍ଲାପାଳ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେ ସବୁର ସମାଧାନ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଯେ ଗୋଲୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଇପାଡ଼ ଗ୍ରାମରେ ୧୮ ପରିବାର ବସବାସ କରୁଥିବା ବେଳେ ଗ୍ରାମବାସୀ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶରୁ ସମସ୍ତ ସୁବିଧା ସୁଯୋଗ ଲାଭ କରୁଛନ୍ତି। ରାଇପାଡ଼ ଗ୍ରାମବାସୀ ରାସନ ଠାରୁ ଆରମ୍ଭ କରି ଭତ୍ତା, ଆବାସ ଯୋଜନାରେ ଘର, ବିଦ୍ୟୁତ, ପାନୀୟ ଜଳ ଆଦି ଆନ୍ଧ୍ର ମଧ୍ୟ ପ୍ରଦାନ କରୁଥିବା ବେଳେ ଗ୍ରାମବାସୀ ଆନ୍ଧ୍ର ମୁହାଁ ହେଉଥିବା ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ କୋଟିଆରେ ଆନ୍ଧ୍ର ପକ୍ଷରୁ ହୋଇଥିବା ବେଳେ ରାଇପାଡ଼ ଗ୍ରାମବାସୀ ମଧ୍ୟ ଆନ୍ଧ୍ରପ୍ରଦେଶ ଯାଇ ଭୋଟ ଦେଇଥିଲେ। ରାଇପାଡ଼ ଗ୍ରାମବାସୀ ଆନ୍ଧ୍ର ମୁହାଁ ହେଉଥିବା ଖବର ପାଇ ଆଜି ଅପରାହ୍ନରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଉକ୍ତ ଗ୍ରାମରେ ପହଞ୍ଚିଥିଲେ। ଲୋକଙ୍କୁ ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ନେଇ ପଚାରିବାରୁ ଲୋକେ ଆନ୍ଧ୍ର ପକ୍ଷରୁ ୩୫ କେଜି ଚାଉଳ, ପେନସନ ୨୨୫୦/- ଟଙ୍କା ଦେଉଥିବା, ମାଗଣା ବିଦ୍ୟୁତ, ଘର, ଜଙ୍ଗଲରୁ ପାଣି ଆଣି ପାନୀୟ ଜଳର ସୁବିଧା ଆଦି ପ୍ରଦାନ ସହ ପାଠ ପଢିବା ପାଇଁ ସ୍କୁଲ ଆଦି ଆନ୍ଧ୍ର ସରକାର ଦେଉଥିବା ବେଳେ ଓଡିଶା କଣ ଦେଉଛି ବୋଲି ଓଲଟି ଗ୍ରାମବାସୀ ପ୍ରକାଶ କରିଥିଲେ। ବିଭିନ୍ନ ସମୟରେ ମାଳିପୁଟ ଛକରୁ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ଦାବି କଲେ ମଧ୍ୟ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ଏବଂ ଗ୍ରାମବାସୀଙ୍କ ଯେକୌଣସି ସମସ୍ୟା ଉପୁଜିଲେ ତୁରନ୍ତ ଗ୍ରାମ ପଞ୍ଚାୟତରେ ପିଇଓ, ଜିଆରଏସ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବା ପାଇଁ ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ତହସିଲଦାର ନରସିଂହ ଗାଦବା, ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର, ସ୍ଥାନୀୟ ଶିକ୍ଷକ ଗୋବିନ୍ଦ ପାଙ୍ଗି, ରାଜସ୍ବ ପରିଦର୍ଶକ ରାମଚନ୍ଦ୍ର ବେହେରା, ରାଜସ୍ବ ନିରୀକ୍ଷକ ଅକ୍ଷୟ କାର୍ତ୍ତିକ, ଅମିନ ଶଙ୍କର ରାଓଙ୍କ ସମତେ ପିଇଓ, ଜିଆରଏସ ଙ୍କ ସମତେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *