ଆନ୍ତର୍ଜାତୀୟ ମାନବାଧିକାର କମ୍ୟୁନିଟି ତରଫରୁ ଏକ କର୍ମଶାଳା ଅନୁଷ୍ଠିତ
କୋରାପୁଟଜିଲ୍ଲା/ଜୟପୁର : ଆଜି ତା୦୧/୦୨/୨୦୨୧ରିଖ ଦିବା ୧୧ଘଟିକା ସମୟରେ ଜୟପୁରସ୍ଥିତ ଯାଦବ ଭବନ ଠାରେ ଆନ୍ତର୍ଜାତୀୟ ମାନବାଧିକାର କମ୍ୟୁନିଟି ତରଫରୁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ସଭାରେ ଜାତୀୟ ସମ୍ପାଦକ ଡ଼ଃ ଶିବ ନାରାୟଣ ପାତ୍ର ମୁଖ୍ୟ ଅତିଥି ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, ଜୋନାଲ ସଭାପତି ଜି. ସଂଜୀବ କୁମାର ଓ ଜୋନାଲ ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଶ୍ରୀ ଚନ୍ଦ୍ରଶେଖର ରଥ ଏହି ସଭାକୁ ପରିଚାଳନା କରିଥିଲେ ଓ ଶ୍ରୀ ଲକ୍ଷ୍ମୀନାରାୟଣ ପାଢୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା ସମାଜରେ ମାନବ ଅଧିକାରକୁ ସାବ୍ୟସ୍ତ କରିବା, ଗରୀବ ଓ ଦାରିଦ୍ର ସୀମା ରେଖା ତଳେ ଥିବା କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା, ଦୁର୍ଘଟଣାରେ ଅଙ୍ଗହରାଇ ଥିବା ବ୍ୟକ୍ତି ମାନଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ କରିବା, ମୌଳିକ ସୁବିଧାରୁ ବଞ୍ଚିତ ଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ ସରକାରଙ୍କ ପାଖରେ ଜଣାଇବା, ସାମାଜିକ ନ୍ୟାୟରୁ ବଞ୍ଚିତ ବ୍ୟକ୍ତିଙ୍କୁ ଆଇନଗତ ସାହାଯ୍ୟ କରିବା ଓ ମାନବାଧିକାର ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବା ଉପରେ ଆଲୋଚନା କରାଯାଇଥିଲା।