02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆନ୍ତର୍ଜାତିକ ସ୍ତରରେ ୩ୟ ସ୍ଥାନ ହାସଲ କରି କୋଟପାଡର ଗୌରବ ବଢାଇଲେ ମନୀଷା

କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର): ଆକ୍ସ୍(A.K.S.)ନାମକ ଏକ ସଂସ୍ଥା ପକ୍ଷରୁ ଆୟୋଜିତ ଏକ ଅନଲାଇନ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୋଟପାଡର ଝିଅ ମନୀଷା ଦାଶ ଆନ୍ତର୍ଜାତିକ ସ୍ତରରେ ୩ୟ ସ୍ଥାନ ହାସଲ କରିଛନ୍ତି ।ଡଃ. ଚନ୍ଦନା ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଓଡିଶାର ମାନ୍ଯବର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲାବେଳେ ବିଶିଷ୍ଟ ଭଜନ ଗାୟକ ଅନୁପ ଜଲୋଟା ତଥା ବରିଷ୍ଠ ଆଇ.ଏସ୍.ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ପାଟ୍ଟଯୋଶୀ ଅତିଥି ରୂପେ ଯୋଗଦେଇ ଥିଲେ ।କୋଟପାଡ଼ ବାସୀ ଶ୍ରୀ ସନାତନ ଦାଶ ତଥା ଶ୍ରୀମତି ସୁକାନ୍ତି ଦାଶଙ୍କ କନ୍ୟା ମନୀଷାଙ୍କୁ କୋରାପୁଟ ତଥା ଓଡିଶାର ଗୌରବ ରକ୍ଷା କରିଥିବାରୁ ମାନ୍ୟବର ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ୍,ନବରଂଗପୁର ମାନ୍ଯବର ସାଂସଦ ରମେଶ ଚନ୍ଦ୍ର ମାଝୀ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ,ବରିଷ୍ଠ ବିଜେଡି ନେତା ଶ୍ରୀ ରମାକାନ୍ତ ରାଉଳ,ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ମୁନ୍ନା ରଥ,କୋରାପୁଟ ଉପଦେଷ୍ଟା ଶ୍ରୀ ତ୍ରିପତି ବାଲାଜୀ ମହାନ୍ତିଙ୍କ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *