November 18, 2025

Sabubarga Khabar

All category news

ଆନନ୍ଦପୁର ଗଡଚଣ୍ଡୀ ମନ୍ଦିର ପର୍ଯ୍ୟଟନ ସ୍ଥଳୀରେ ପାନୀୟଜଳ ସମସ୍ୟା

କେନ୍ଦୁଝରଜିଲ୍ଲା: କେନ୍ଦୁଝରଜିଲ୍ଲା ପ୍ରକୃତିରାଣୀର ମୁଖ୍ୟ ଗନ୍ତାଘର ଆଖ୍ୟା ପାଇଥିବାବେଳେ କୋଣ ଅନୁକୋଣରେ ପ୍ରକୃତିର ଦାନ, ଜଳପ୍ରପାତ, ଖଣିଜପଦାର୍ଥ, ଗିରିଶୃଙ୍ଗ, ଗୁମ୍ପା ତଥା ପୌରାଣଧର୍ମୀ ସ୍ଥଳ ଖୁନ୍ଦି ହୋଇ ରହିଥିବା ବେଳେ ବହୁ ପୂରାତନ ମନ୍ଦିରମାନ ନଜର ପଡେ।ତନ୍ମଧ୍ୟରୁ ଆନନ୍ଦପୁରର ଗଡଚଣ୍ଡୀ ମନ୍ଦିର ଅନନ୍ୟ କିମ୍ବଦନ୍ତୀ । ୧୬୦୦ଶତାବ୍ଦୀର କିମ୍ବଦନ୍ତୀ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରନ୍ତି। ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ ପାଠକଲେ ମାଙ୍କ ମହିମା ଜଣାପଡେ। କେନ୍ଦୁଝର ଜିଲ୍ଲାର  ଆନନ୍ଦପୁର ସ୍ଥିତ ମା ଗଡଚଣ୍ଡୀ ଠାକୁରାଣୀପୀଠର ଅବଲୋକନ,ମା ଗଡଚଣ୍ଡୀ କେବେ ହେଲେ ନିଜ ଭକ୍ତମାନଙ୍କୁ ନିରାଶ କରନ୍ତିନାହିଁ। ସବୁବେଳେ ହସିହସି ଭକ୍ତର ଦୁଃଖକୁ ଲାଘବ କରିଥାଆନ୍ତି। ଏମିତିକି ଅପୁତ୍ରୀକର ପୁତ୍ରମଧ୍ୟ ଲାଭ ହୁଏ।  ଗଡଚଣ୍ଡୀର ପ୍ରତିଷ୍ଠାତା ଡଃ ହରେକୃଷ୍ଣ ମହତାବ ବଂଶଧର ବୋଲି ଶୁଣିବାକୁ ମିଳେ । ରାଜା ଗୋପିନାଥ ଭଞଙ୍କ ଗଡଜାତ ସମୟର ଅଲୌକିକ ପୂରାଣ ବର୍ଣିତ ଏହି ଗଡଚଣ୍ଡୀରୁ ନୀତିଶିକ୍ଷା ମିଳେ। ଗଡଚଣ୍ଡୀକୁ ଓଡିଶା ପଯ୍ୟଟନ ବିଭାଗ ୧୯୯୮ ରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ ମଧ୍ୟ ଆଖିଦୃଷ୍ଟିଆ କାର୍ଯ୍ୟ ହୋଇ ନ ଥିବାର ଗଡଚଣ୍ଡୀ ମନ୍ଦିରପୂଜାକମିଟିର ମୁଖ୍ୟପରିଚାଳକ ଉପେନ୍ଦ୍ର କୁମାର ଦାସ ମତବ୍ୟକ୍ତ କରିଛନ୍ତି। ସରକାରୀ ସ୍ତରରେ ପାନ୍ଥଶାଳା ଥିଲେ ମଧ୍ୟ ବ୍ୟୟବହୁଳ ହେଇଥିବାରୁ ପଯ୍ୟଟକ, ପ୍ରକୃତିପ୍ରେମୀ, ପରିବେଶବିତ, ଭକ୍ତମାନଙ୍କୁ ସୁହାଇବା ଭଳି ନଥିବା ହେତୁ ରହିବାକୁ କେହି ସାହାସ କରୁନାହାନ୍ତି। ଗଡଚଣ୍ଡୀର ମୁଖ୍ୟ ସମସ୍ୟା କହିଲେ ସରକାରୀ ସ୍ତରରେ ପାନୀୟଜଳର ବ୍ୟବସ୍ଥା କରାଯାଇ ପାରିଲେ ପର୍ଯ୍ୟଟକ,ତଥା ଭକ୍ତ ମାନଙ୍କ ପାଇଁ ବହୁ ସୁବିଧା ହୁଅନ୍ତା।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.