ଆଧାର ଲିଙ୍କ ନକରିବାରୁ ଗରିବ ଲୋକେ ଚାଉଳ ପାଇବାରୁ ବଂଚିତ, ଧର୍ମଶାଳା ଏମ ଆଇଙ୍କ ନାମରେ ହାଇକୋର୍ଟରେ ମାମଲା ଦାୟର

ଧର୍ମଶାଳା, ୨୭/୧୦ (ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲାରେ ଧର୍ମଶାଳା ବ୍ଲକ ସର୍ବଦା ଦୁର୍ନିତିର ଚରମ ଶିଖରରେ ପଂହଚିଛି । ଏଠି ଏମ.ଆଇ ମୋଟା ଅଙ୍କର ଟଙ୍କା ନେଇ ଗରିବ ଲୋକଙ୍କ ଆଧାର ଲିଙ୍ଗ ନକରିବାରୁ ବହୁ ଗରିବ ରାସନ ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି । ଏହି ବ୍ଲକର ବହୁ ପଂଚାୟତର ଗରିବ ମାନେ ଚାଉଳ ପାଇନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ନେଉଳପୁୀର ସେକ୍ ରିୟାଜ ଗରିବ ଲୋକଙ୍କ ଚାଉଳ ନଦେବା ସହିତ ଚାଉଳ ମାରିକି ଖାଇବାରେ ଲାଗିଛି । ପଚାରିଲେ ବ୍ଲକରୁ କାଟିଦିଆଯାଇଛି କହି ଫେରାଇଦେବାରେ ଲାଗିଛି । ଏହାକୁ ନେଇ କେତେକ ହିତାଧିକାରୀ ଏବଂ ସମାଜସେବୀ ଧର୍ମଶାଳା ଏମ.ଆଇଙ୍କ ନାମରେ ଉଚ୍ଚନ୍ୟାୟଳୟରେ ଏକ ମାମଲା ଦାୟର କରିଛନ୍ତି । ଏଥିରେ ଧର୍ମଶାଳା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ଜଣେ ଭୂଲ ପାଇଁ ଗରିବ ଲୋକମାନେ କଣ ପାଇଁ ଚାଉଳ ପାଇବେ ନାହିଁ ବୋଲି ପ୍ରଶ୍ନ ଉଠାଇବା ସହିତ ଧର୍ମଶାଳା ଏମ.ଆଇଙ୍କୁ କଣ ପାଇଁ ଗିରଫ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ବ୍ଲକର ପ୍ରାୟ ୧୫୦୦୦ରୁ ଅଧିକ ଗରିବ ଲୋକ ଏବେ ଚାଉଳ ପାଉନଥିବା ଜଣାପଡିଛି । ତେବେ ଏମ.ଆଇଙ୍କୁ ଗିରଫ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି । ଏପରିକି ଏମଆଇଙ୍କ ନାମରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ନେଚେତ୍ ହତାଧିକାରୀ ମାନେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।