11/08/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଦିବାସୀଙ୍କ ଲୁକାୟିତ କଳାକୁ ବିକାଶ ନିମନ୍ତେ ଉତ୍କଳ ଆଲୁମିନାର ଢ଼େମସା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ଠାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ଉତ୍କଳ ଆଲୁମିନା ଇଣ୍ଟରନେସନଲ ଲିମିଟେଡ଼ ଲଗାତର ଗତ 8ବର୍ଷ ଧରି ଏହି ଅଞ୍ଚଳର ଆଦିବାସୀଙ୍କ ଲୁକାୟିତ କଳାକୁ ଆମନୃତ୍ୟ ଆମସଂସ୍କୃତି ମାଧ୍ୟମରେ ଢ଼େମସାର ସଂରକ୍ଷଣ ଓ ପ୍ରସାର ପାଇଁ ଚଳିତ ବର୍ଷ 5 ଓ 6 ତାରିଖ ଦୁଇ ଦିନ ବ୍ୟାପି ନୂଆପଡା ଟାଉନ ସିପରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରିଥଲା। ଏହି ଢେମସା କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପାରିପାର୍ଶ୍ୱକ ଗ୍ରାମର 23ଗୋଟି ଦଳ ଭାଗ ନେଇଥିଲେ। ମୁଖ୍ୟ ଅତିଥି ରୂପେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏଥିରେ ଉତ୍କଳ ଆଲୁମିନା ୟୁନିଟ ମୁଖ୍ୟ ଏନ ନାଗେଶ ଓ ମଜେରୁଲ ବେଗ ଯୁଗ୍ମ ସଭାପତି ଯାନ୍ତ୍ରିକ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମର ଦ୍ୱତୀୟ ଦିନ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଯୋଜନା ଓ ସଂଯୋଜକ ତଥା ବାଣିଜ୍ୟ ଓ ପରିବହନ ବିଭାଗ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଓ ରାୟଗଡା ଉପଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଥିଲେ। ସମାଜର ସଂସ୍କୃତିର ପ୍ରସାର ପାଇଁ ଉତ୍କଳ ଆଲୁମିନା ଯେଉଁ କାର୍ଯ୍ୟକ୍ରମ କରୁଛି ତାହାକୁ ପ୍ରଶଂସା କରିଥିଲେ ଓ ସେ ପୁଣି ଆଶା ବ୍ୟକ୍ତ କରିଥିଲେ ୟୁ ଆଇ ଏଲ ଏହି ଉଦ୍ୟମ ମାଧ୍ୟମରେ ଆଦିବାସୀଙ୍କ ଲୁକାୟିତ ପ୍ରତିଭାକୁ ଖୋଜି ବାହାର କରି ସେମାନଙ୍କ କଳାକୁ ଜ଼ିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ପ୍ରଦର୍ଶନ କରିପାରିବ। ଏହି କାର୍ଯ୍ୟକ୍ରମ ଅବସରରେ କମ୍ପାନୀ ପକ୍ଷରୁ ଉମାଶଙ୍କର ମାଝୀ ଓ ଏ ଏସ, ଜ୍ଞାନ ରଞ୍ଜନ ମାଝୀ ଓ ଏ ଏସ, ସୁହିଲା ମାଝୀ ଭାର ଉତ୍ତୋଳନ, ଲକ୍ଷ୍ମଣ ନାୟକ କରାଟେ ଓ କମଳେଶ୍ଵର ସାହୁ ସାମାଜିକ କର୍ମୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରିଥିଲେ। ଏହି ଦୁଇଦିନ କାର୍ଯ୍ୟକ୍ରମରେ ପ୍ରାୟ 5000ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *