06/15/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଦର୍ଶ ଶିକ୍ଷାବିତ୍ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ମିଳିଲା ସୁଅଭିନେତା ସମ୍ମାନ-୨୦୧୯

କଟକ,ତା ୨୧/୧୨/୧୯,କଳ୍ପନା ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ପରିଷଦ,କଟକ ର ସ୍ଵନକ୍ଷତ୍ର ଦିଵସ ମହାସମାରୋହରେ କେନ୍ଦୁଝର ଜିଲ୍ଲା,ହାଟଡିହୀ ବ୍ଲକ୍,ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତିଙ୍କୁ ସୁଅଭିନେତା ସମ୍ମାନ-୨୦୧୯ରେ ସମ୍ବର୍ଦ୍ଧିତ କରାଯାଇଛି।

କଟକ ନଗର ସ୍ଥାନୀୟ ଟାଉନ ହଲ ଠାରେ ସାନ୍ଧ୍ୟ ଅଧିବେଶନର ଆୟୋଜିତ ସଭାରେ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉଦ୍ଘାଟକ ଭାବେ ବିହାର ପୁଶାର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର,ମୁଖ୍ୟ ଅତିଥି ଆଇ ଏ ଏସ ରତ୍ନାକର ରାଉତ, ବିଶିଷ୍ଟ ଅତିଥି ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ରଷ୍ଟା ପ୍ରଫେସର ବୈଷ୍ଣବ ଚରଣ ସାମଲ,ସମ୍ମାନୀତ ଅତିଥି ପାଥୋଲୋଜି ଲାବୋରାଟାରୀ ମାଲିକ କୈଳାଶ ଚନ୍ଦ୍ର ଦଳେଇ,ଆୟୁର୍ବେଦ ଚିକିତ୍ସକ ଦୀନବନ୍ଧୁ ମହାରଣା,ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା,ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦିକା ମନୋଜ ମଞ୍ଜରୀ ଦେଓଙ୍କ ଉପସ୍ଥିତି ଓ ଅଂଶଗ୍ରହଣ ରେ ଜଗତୀକରଣ ପ୍ରଭାବରେ ସାଂସ୍କୃତିକ ମୂଲ୍ୟବୋଧର ଅବକ୍ଷୟ ଉପରେ ଆଲୋକପାତ କରିଥିଲେ। ତତ୍ପରେ ଗାଳ୍ପିକା ଦିପ୍ତୀମୟୀ ସ୍ବାଇଁଙ୍କ ଟିକି ଚଢ଼େଇର ବସା ଓ ତ୍ରୈମାସିକ ମୁଖପତ୍ର କଳ୍ପନାର ଲୋକାର୍ପଣ ଅତିଥି ଅଧିକାରୀଙ୍କ ଦ୍ୱାରା କରାଯାଇଥିଲା। ଇତ୍ୟବସରରେ ଜମ୍ଭରା କେନ୍ଦୁଝରର ଆଦର୍ଶ ଶିକ୍ଷାବିତ୍ ଓ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଅନେକ ଚମତ୍କାର ନାଟ୍ୟ ରଚନା,ନିର୍ଦ୍ଦେଶନା ଓ ନିଖୁଣ ଅଭିନୟ ପାଇଁ କଳ୍ପନା ସୁଅଭିନେତା ସମ୍ମାନ ;୨୦୧୯ ଭାବେ ପୋସୋ କୁଳପତି ଶ୍ରୀ ମିଶ୍ରଙ୍କ କରକମଳରେ ସମ୍ବର୍ଦ୍ଧିତ କରାଯାଇଅଛି।ତତ୍ ସଙ୍ଗେସଙ୍ଗେ ସୁସାହିତ୍ୟିକା ମାନସୀ ବେହୁରା,ଶୁଭଲକ୍ଷ୍ମୀ ସେଠୀ,କୁମାର ଷ୍ଟାର୍ଲିନ,ଛବିରାଣୀ ପତି,ପ୍ରସନ୍ନ କୁମାର ରାଠୋର,ଇ ବିଚିତ୍ରନନ୍ଦ ମୁନୀ,ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା,ମନୋଜ ମଞ୍ଜରୀ ଦେଓ ସମେତ ଅନ୍ୟୁନ ୧୫ ଜଣରୁ ଉର୍ଦ୍ଧ୍ଵଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପ୍ରତିଭାପାଇଁ ସମର୍ଦ୍ଧିତ କରାଯାଇଥିଲା।ପ୍ରତିଷ୍ଠାତା ମନୋଜ ମଞ୍ଜରୀ ଦେଓ ସଭା ପରିଚାଳନା କରିଥିବାବେଳେ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *