ଆଞ୍ଚଳିକ ଛତୁ ଚାଷ କର୍ମଶାଳା ଓ ପ୍ରଶିକ୍ଷଣ ଅନୁଷ୍ଠିତ
ରାୟଗଡାଜିଲ୍ଲା:୦୩/୦୧ (ସଖପ୍ର) ରାୟଗଡା ଜେ,କେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଜରିଆରେ ଓ ନବାଡ୍ ଭୁବନେଶ୍ୱରର ମିଳିତ ସହାୟତାରେ ସ୍ପର୍ଶ ସାମାଜିକ ଅନୁଷ୍ଠାନ ଦ୍ୱାରା ଜେକେପୁର ସ୍ଥିତ ଷ୍ଟାଫ୍ କ୍ଲବ ଠାରେ ଏକ ଆଂଚଳିକ ଛତୁ ଚାଷ କର୍ମଶାଳା ଓ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜେ.କେ କାଗଜ କଳ ଓ ସ୍ପର୍ଶ ଅନୁଷ୍ଠାନର ଜେନେରାଲ ମ୍ୟାନେଜର ଓ ରାଜ୍ୟ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ ସୂଚନା ଦେଇ କହିଲେ ଯେ ଜେ.କେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ଜରିଆରେ ଆଖପାଖ ଗ୍ରାମ ଗୁଡିକରେ ୧୦୦୦ ସ୍ୱୟଂ ସହାୟକ ଗୋଷ୍ଠୀ, ୧୦୦ କୃଷକ ସଂଘ ଓ ୪୦ ଯୁବକ ସଂଘ ଗଠନ କରି ଏ ଅଞ୍ଚଳର ଜୀବିକା ସୃଷ୍ଟି କରିଛନ୍ତି। ଅଦ୍ୟାବଧି ଜେ,କେ କାଗଜ କଳ ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଜରିଆରେ ରାୟଗଡ଼ା ଜିଲ୍ଲାରେ ପ୍ରାୟ ସତେଇଶି ହଜାର ଗରିବ ଆଦିବାସୀ ପରିବାର ଓ ଏକ ଲକ୍ଷ ଦଶ ହଜାର ଲୋକଙ୍କୁ ଜୀବନ ଜୀବିକା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ଏହି ଅବସରରେ ନାବାର୍ଡର ଏଜି.ଏ.ମ୍ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦ୍ୟାନ କୃଷି ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ବିନ୍ଧାଣୀ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରାୟଗଡ଼ାର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପଣ୍ଡା, କୋଲନରାର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଅର୍ଜୁନ ମହାକୁଡ଼ ଓ ଛତୁ ଚାଷ ମୁଖ୍ୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ଦୁଇ ଶହ ମହିଳାଙ୍କୁ ଛତୁ ଚାଷ ଜରିଆରେ ସରକାର ଓ ବ୍ୟାଙ୍କ ଗୁଡିକ ସହାୟତାରେ ନିରନ୍ତର ଜୀବିକା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ପର୍ଶର ସହ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀଯୁକ୍ତ କିଶୋର କୁମାର ସାହୁ ପରିଚାଳନା କରିଥିବା ବେଳେ ଶୀମତୀ ମନୁଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ଯାଦବ, ଅଶୋକ ନାଲା, ମଧୁସୂଦନ କରକରିଆ, ବାସୁଦେବ କନ୍ଧପାଣି, ରଶ୍ମିତା ମହାନ୍ତି ସଂଚାଳନ କରିଥିଲେ।