ଆଜି “ଚଇତି ମହୋତ୍ସବ 2019 ”ର ଉଦଘାଟନ ଅନୁଷ୍ଠିତ
ରାୟଗଡା ଜ଼ିଲ୍ଲା :ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଲୋକ ମହୋତ୍ସବ ଚଇତି 2019 | ଏହି ଜ଼ିଲ୍ଲାର କଳା ସାହିତ୍ୟ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ ଆଜି ଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ରାୟଗଡା ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଵିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି |
ଦୀର୍ଘ ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ସାଂସ୍କୃତିକ ଉତ୍ସବରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ଲୋକକଥା ତଥା ଲୋକସଂଗୀତ ସମେତ ଜାତୀୟ ସ୍ତରର ବହୁ ସୁନାମ ଧନ୍ୟ କଳାକାର ଓ ଶିଳ୍ପୀ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ଏହା ବ୍ୟତୀତ ରାୟଗଡା ଜ଼ିଲ୍ଲାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ନିୟମଗିରିର ଡଙ୍ଗରିଆ କନ୍ଧ, ପୁଟାସିଂର ଲାଞ୍ଜିଆ ସଉରା, ପରଜା ଇତ୍ୟାଦି ଜନଜାତି ମାନଙ୍କର କଳା ସଂସ୍କୃତିକୁ ଲୋକଲୋଚନରେ ପରିଚିତ କରାଇବା ପାଇଁ ଚଇତି ଏକ ସୁଯୋଗ ଯୋଗାଇଦେବ | ଏହି ଜ଼ିଲ୍ଲା ମହୋତ୍ସବରେ ବହୁ ପ୍ରତିଭାବାନଙ୍କୁ ପୁରସ୍କୃତ ସହିତ ସମ୍ମାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ୍ୟ କରାଯିବ |
ଜନସାଧାରଣଙ୍କ କିଣା ବିକା ନିମନ୍ତେ ଓର୍ମାସ ତରଫରୁ ବିଭିନ୍ନ ଦୋକାନ ମାନ ଖୋଲାଯାଇଛି | ଏଥି ସହିତ ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ସାରା ଦେଶର ହସ୍ତ କଳା ଚିତ୍ର କଳା କୃଷି ମେଳା ଓ ଜ଼ିଲ୍ଲା ଉନୟନ ପ୍ରଦର୍ଶନୀ ସାଙ୍ଗକୁ ପିଲାଙ୍କ ମନୋରଞ୍ଜନ ନିମନ୍ତେ ମିନାବଜ଼ାର ବିଜ୍ଞାନ ମେଳା ଖୋଲାଯାଇଛି | ଏହି ଉତ୍ସବ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଆନନ୍ଦ ନେବା ସହିତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଜ଼ିଲ୍ଲାପାଳ ତଥା ଅଧ୍ୟକ୍ଷ ଜ଼ିଲ୍ଲା ସଂସ୍କୃତି ପରିଷଦ ଚଇତିଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡ଼ ସାଦରେ ନିମଂତ୍ରଣ କରିଛନ୍ତି | ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମାନ୍ୟବର ମନ୍ତ୍ରୀ ଶକ୍ତି ଶିଳ୍ପ ଅଣୁ କ୍ଷୁଦ୍ର ଓ ମଧ୍ୟ୍ୟମ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଓଡିଶାସରକାର , ସମ୍ମାନିତ ଅତିଥି ରୂପେଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ସାଂଖ୍ୟଲଘୁଓ ପଛୁଆ ବର୍ଗ ଉନୟନ ଓଡିଶା ସରକାର ଲୋକ ସଭା ସାଂସଦ କୋରାପୁଟ ଶ୍ରୀ ଶ୍ରୀ ଶପ୍ତ ଗିରି ଉଲାକା ରାଜ୍ୟ ସଭ୍ୟସଂସାଦ ଶ୍ରୀ ଏନ ଭାସ୍କର ରାଓ ,ଶ୍ରୀ ସୁଧୀର ଦାସ ଉପଦେଷ୍ଠା ବିଜୁ ଶିଶୁ କଲ୍ୟାଣ ଯୋଜନା ଓଡିଶା ସରକାର, ବିଧାୟକ ରାୟଗଡା ଶ୍ରୀ ମକରନ୍ଦ ମୁଦୁଲି , ବିଧାୟକ ଗୁଣୁପୁର ରଘୁନାଥ ଗୋମାଙ୍ଗ , ବିଧାୟକ ବିଷମକଟକ ଜଗନାଥ ସାରକା, ବୀଣାପାଣି ସାହୁକାର ଉପାଧକ୍ଷା ଜ଼ିଲ୍ଲା ପରିଷଦ ରାୟଗଡା, ପେଦେଣ୍ଟ ରାମୁଲୁ ଅଧ୍ୟକ୍ଷ ପଂଚାୟତ ସମିତି ରାୟଗଡା, ଗୀତା କୋଂଦାଗରୀ ଅଧ୍ୟକ୍ଷ କୋଲନରା ପଂଚାୟତ ସମିତି, ଯୋଗେନ୍ଦ୍ର ୱାଡେକା ଅଧ୍ୟକ୍ଷ ପଂଚାୟତ ସମିତି କଲ୍ୟାଣସଂପୂର ଓ ଉଦଘାଟନୀ ଉତ୍ସବର ଅଧ୍ୟ୍ୟକ୍ଷହେବେ ଶ୍ରୀ ଅସମଦ କୁମାର ବେହେରା ଜ଼ିଲ୍ଲା ପାଳ ରାୟଗଡା ସେହିପରି 27.12.2019 ଦ୍ୱତୀୟ ଦିନ ଉତ୍ସବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲିକ ମାନ୍ୟବର ମନ୍ତ୍ରୀଇସ୍ପାତ ଓ ଖଣି ତଥା ପୂର୍ତ୍ତ ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥିରୂପେ ଡାକ୍ତର ଶର୍ବଣ ବିବେକ ଏମ ଆଇ ପି ଏସ ପୋଲିସ ଅଧକ୍ଷ ରାୟଗଡା , ଅମ୍ରିତ ରିତୁରାଜ ପି ଡ଼ି ଡ଼ି ଆର ଡ଼ି ଏ ରାୟଗଡା, ଶ୍ରୀ ବି ଏସ ବଳିରାମ ଆଇ ଏ ଏସ ଉପଜ଼ିଲ୍ଲାପାଳ ଗୁଣୁପୁର ଶ୍ରୀ ଯୋଗେନ୍ଦ୍ର ଅଗ୍ରୱାଲ କୋମାଣ୍ଡେଣ୍ଟ ବି ଏସ ଏଫ 68ବାଟାଲିୟନ ରାୟଗଡା ,ଶ୍ରୀ ଯତୀନ୍ଦ୍ର ରାଜପୁତ କୋମାଣ୍ଡେଣ୍ଟ ସି ଆର ପି ଏଫ 4ବାଟାଲିୟନ ରାୟଗଡା, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପଜ଼ିଲ୍ଲାପାଳ ରାୟଗଡା ରୁଆଇ ମାଝୀ ଅଧ୍ୟକ୍ଷା ପଂଚାୟତ ସମିତି କାଶୀପୁର, ସଂଜୀତା ପ୍ରତିଙ୍ଗା ଅଧ୍ୟକ୍ଷା ପଂଚାୟତ ସମିତି ଚନ୍ଦ୍ରପୁର, ଶାନ୍ତି ଜାଗରଙ୍ଗା ଅଧ୍ୟକ୍ଷା ପଂଚାୟତ ସମିତି ଗୁଡାରି ଓ ସଭାପତିତ୍ୱ କରିବେ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା | ସେହିପରି 28.12.2019 ରେ ମୁଖ୍ୟ ଅତିଥିରୂପେ ଶ୍ରୀ ଟି ଆଓ ଆଇ ଏ ଏସ ଦକ୍ଷିଣା ଅଂଚଳ ରାଜସ୍ବ କମିଶନର ବ୍ରହ୍ମପୁର , ସମ୍ମାନିତ ଅତିଥି ଭାବେ ଶ୍ରୀ ଅନୁପମ ସାହା ଜ଼ିଲ୍ଲା ପାଳ ଗଜପତି ଶ୍ରୀ ମନୀଷ ଅଗ୍ରୱାଲ ଜ଼ିଲ୍ଲାପାଳ ମାଲକାନଗିରି , ପରାଗ ହର୍ଷଦ ଗାଭିଲ ଜ଼ିଲ୍ଲାପାଳ କଳାହାଣ୍ଡି ଡାକ୍ତର ଅଜିତ କୁମାର ମିଶ୍ର ଜ଼ିଲ୍ଲା ପାଳ ନବରଙ୍ଗପୁର, ଶ୍ରୀ ମଧୁ ସୁଧନ ମିଶ୍ର ଜ଼ିଲ୍ଲା ପାଳ କୋରାପୁଟ , ଦେବକୀ ଗମାଙ୍ଗ ଅଧ୍ୟକ୍ଷା ଗୁଣୁପୁର ପଂଚାୟତ ସମିତି, ରମାକାନ୍ତ ମାଝୀ ଅଧ୍ୟକ୍ଷ ପଦ୍ମପୁର ପଂଚାୟତ ସମିତି, ରଜନୀ ମାଣ୍ଡ୍ସଙ୍ଗୀଙ୍କ ସହ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷରୂପେ ଯୋଗଦେବେ |
ସେହିପରି 29.12.2019ରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ପଦ୍ମିନୀ ଦିଆନ ମାନ୍ୟବର ମନ୍ତ୍ରୀ ହସ୍ତ ତନ୍ତ ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଓଡିଶା ସରକାର , ସମ୍ମାନିତ ଅତିଥି ଭାବେ ଶ୍ରୀ ଗୋରାଚାନ୍ଦ ଗୋମାଙ୍ଗ ପି ଏ ଆଇ ଟି ଡ଼ି ଏ ଗୁଣୁପୁର, ଶ୍ରୀ ଟୁକୁ ବାରିକ ପି ଏ ଆଇ ଟି ଡ଼ି ଏ ରାୟଗଡା , ଶ୍ରୀ ପବନ କୁମାର ସୁରି ନିର୍ବାହୀ ଉପ ସଭାପତି ଜେ କେ କାଗଜକଳ, ଶ୍ରୀ ଏନ ନାଗେଶ ପ୍ରକଳ୍ପ ମୁଖ୍ୟ ଓ ସଭାପତି ଉତ୍କଳ ଆଲୁମିନା, ଶ୍ରୀ କେ ଭେଙ୍କଟେଶ୍ୱର ରାଓ ଉପ ସଭାପତି ଇମ୍ଫା, ଶ୍ରୀ ରାକେଶ ମୋହନ ମୁଖ୍ୟ ପରିଚାଳନା ଅଧିକାରୀ ବେଦାନ୍ତ, ଶ୍ରୀ ସୁମତି ଗାଁଗୁଲି ବରିଷ୍ଟ ଉପ ସାଧାରଣ ପ୍ରବନ୍ଧକ ଏଲ ଆଣ୍ଡ ଟି, ଶ୍ରୀ ଶ୍ରୀଧର କରଡ଼ା ଅଧକ୍ଷ ମୁନିଗୁଡା ବ୍ଲକ, ଶ୍ରୀମତୀ ବିଜୟୀ ଶାନ୍ତି କୁମ୍ବରୀକା ଅଧକ୍ଷା ବିଷମକଟକ ବ୍ଲକ , ଜ଼ିଲ୍ଲା ପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷ ରୂପେ ଯୋଗଦେବେ ଓ ଉଦଯାପନୀ ଉତ୍ସବ30.12.2018ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଜଗନ୍ନାଥ ସାରକା ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା ସରକାର , ସମ୍ମାନିତ ଅତିଥି ଭାବେ ଶ୍ରୀଏନ ଭାସ୍କର ରାଓ ରାଜ୍ୟସଭା ସାଂସଦ sri ଶପ୍ତ ଗିରି ଉଲାକା ସାଂସଦ କୋରାପୁଟ ଲୋକସଭା, ଶ୍ରୀ ସୁଧୀର ଦାସ ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା, ବିଧାୟକ ରାୟଗଡା ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗୋମାଙ୍ଗ ଓ ଶ୍ରୀମତୀ ବୀଣାପାଣି ସାହୁକାର ଉପା ଧକ୍ଷା ଶ୍ରୀ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷରୂପେ ଯୋଗଦେବେ | ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଦଳ ରୂପେ ନେପାଳୀ ଲୋକନୃତ୍ୟ, ଶ୍ରୀଲଙ୍କା ଲୋକନୃତ୍ୟ, କୋଲକତା ବଙ୍ଗାଳି ଲୋକ ନୃତ୍ୟ, ପାଇକ ଆଖ ଡା ଖୋର୍ଦ୍ଧା, ଛତିଶଗଡ ଲୋକନୃତ୍ୟ ମଧ୍ୟ୍ୟ ପ୍ରଦେଶ ଲୋକନୃତ୍ୟ, ବିଶ୍ୱକପଟନମ ଭାରତ ନାଟ୍ୟମ, ପୁରୁଲିଆ ଛଉ ନୃତ୍ୟ,
ଏହି କାର୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଗାନ କରିବେ ଆଜ଼ାଦ ହିନ୍ଦ ୟୁଥ ଆଶ୍ସୋସିଏସନ ରାୟଗଡା | ଏଣୁ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ମନୋରଞ୍ଜନ କରିବା ନିମନ୍ତେ ଜ଼ିଲ୍ଲାପାଳ ନିବେଦନ କରିଛନ୍ତି ଓ ତା ସହିତ ଜ଼ିଲ୍ଲାର କଳା ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ସମସ୍ତଙ୍କୁ ବାର୍ତା ମାଧ୍ୟମରେ ନିବେଦନ କରିଛନ୍ତି |