03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଗକୁ ପଢିବା ପାଇଁ ଶିବ ହରିଜନକୁ ସହାୟତା…

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା କଲେଜରେ +୨ ବିଜ୍ଞାନରେ ଶିବ ହରିଜନ ୮୦ପ୍ରତିଶତ ମାର୍କ ରଖିଥିଲେ |ଏବେ ସେ ଆଗକୁ +୩ ପଢିବା ପାଇଁ ଅସମର୍ଥ |କାରଣ ତାଙ୍କ ବାପା ନଣ୍ଡା ହରିଜନ ଜଣେ ଦିନ ମଜୁରିଆ |ସେ ଅଧିକ ଖର୍ଚ୍ଚ ପାଇଁ ଅସମର୍ଥ |ଏହା ଜାଣିପାରି ମାଲକାନଗିରିର ଜଣେ ସମାଜସେବୀ ସନ୍ତୋଷ କୁମାର ଖେମୁଡୁ ତାଙ୍କୁ ଧରି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ପାଖକୁ ନେଇଥିଲେ |ତାର ପାଠ ପଢିବା ଓ ଆଗକୁ ବଢିବାର ଇଛାକୁ ସେ ପ୍ରଶଂସା କରିଥିଲେ |ତାପରେ ସେ +୩ ପଢିବାକୁ ସହାୟତା ପ୍ରଦାନ କରିଥିଲେ ଏବଂ ଆଗକୁ ମଧ୍ୟ ପଢିବା ପାଇଁ ସବୁ ସହାୟତା ଦେବି ବୋଲି ପ୍ରତିଶୃତି ଦେଇଥିଲେ |ଆଗରୁ ମଧ୍ୟ ଶ୍ରୀ ଅନୁଗୁଳିଆଙ୍କ ସମାଜସେବା କଥା ସମସ୍ତେ ଜାଣନ୍ତି |ଏବେ ଜଣେ ଅଭାବୀ ମେଧାବୀ ଛାତ୍ରଙ୍କୁ ଯେଉଁ ସହାୟତା କରିଛନ୍ତି ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *