November 18, 2025

Sabubarga Khabar

All category news

ଆଉ ତିନି ମାସ ବଢ଼ିଲା ଅବଧି, ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଯାଞ୍ଚ ହେବ ନାହିଁ କାଗଜପତ୍ର : ପରିବହନ ମନ୍ତ୍ରୀ

ଭୁବନେଶ୍ବର ୨୮।୧୧: ଟ୍ରାଫିକ କଟକଣା କୋହଳ ସମୟ ସୀମା ଆଉ ୩ମାସ ବଢ଼ିଲା। ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ କରିହେବ କାଗଜ ପତ୍ର ପ୍ରସ୍ତୁତି। ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ କୌଣସି କାଗଜପତ୍ର ଯାଞ୍ଚ ହେବ ନାହିଁ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ତସ୍ତରୀୟ ସମୀକ୍ଷା ତଥା ବିଚାରବିମର୍ସ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବିଭିନ୍ନ ସ୍ଥାନରେ କାଗଜପତ୍ର ପ୍ରସ୍ତୁତି ଶେଷ ହୋଇନପାରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖନୀୟ ଯେ, ଡିସେମ୍ବର ୧ ଥିଲା ପୂର୍ବ ଡେଡଲାଇନ୍। ତେବେ ରାଜ୍ୟରେ ଥିବା ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡକୁ ଦେଖିଲେ ଲାଗୁଛି ଯେ ଏହି ତିନି ମାସ ମଧ୍ୟରେ ଲୋକଙ୍କର କାଗଜପତ୍ର କାମ ସରିନାହିଁ । ତେଣୁ ଆଉ ୩ ମାସ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.