ଅସହାୟଙ୍କ ଆଶାବାଡି ନିଷ୍ଠାପରିବାର, ଶବ ସତ୍କାର କରି ମାନବିକତା ପରିଚୟ ଦେଲେ ସମସ୍ତ ସଦସ୍ୟ

ବରଗଡଜିଲ୍ଲା : ନିଷ୍ଠା ପରିବାର ତରଫରୁ ବରଗଡ଼ ରକ୍ତ ଭଣ୍ଡାରରେ ସ୍ବେଚ୍ଛାସେବୀ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ ଭଳି ଶ୍ରେଷ୍ଠ ଦାନ କରିବା ସାରା ଜିଲ୍ଲାରେ ଉଦାହରଣ ଅଟେ। ସମାଜ କଲ୍ୟାଣ ପାଇଁ ମହତ୍ କାର୍ଯ୍ୟ କରିଆସୁଥିବାରୁ ବୁଦ୍ଧିଜୀବୀ ମହଲର ପ୍ରସଂଶିତ ହେଉଛନ୍ତି। ବିଗତ ଦିନରେ ଅଜଣା ବୃଦ୍ଧର ଶବ ସତ୍କାର କରି ନିଜର ମାନବିକତା ପରିଚୟ ଦେଇଥିବା ନିଷ୍ଠା ପରିବାର ଆଜି ଆଉ ଗୋଟିଏ ମହତ କାର୍ଯ୍ୟ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ମିଥିଲା ସାହୁ, ବୟସ ୪୮ ବର୍ଷ
ଘର ବରଡୋଲ, ବରଗଡ଼ର ବାସିନ୍ଦା। ସେ କିଡନି ରୋଗରେ ପୀଡିତ ଥିଲେ। ଆଜି ହଠାତ୍ ସେ ମୃତ୍ୟୁ ବରଣ କଲେ । ତାଙ୍କର ଜଣେ ବଡ ଭାଇ ଅଛନ୍ତି। ତାଙ୍କ ନାମ ସଂଖାଲି ସାହୁ, ବୟସ ୬୭ ବର୍ଷ ସେ ଜଣେ କୁଷ୍ଠ ରୋଗୀ ।ତାଙ୍କର ଆଉ କେହି ନିଜ ଲୋକ ନାହାନ୍ତି। ପଡା ଲୋକ ବି ଶବ ସତ୍କାର ପାଇଁ ମନାକରିବାରୁ ସେମାନେ ପୋଲିସର ସାହାଯ୍ୟ ନେଇଥିଲେ। ବରଗଡ଼ ଟାଉନ ଥାନା ଏସ ଆଇ ବଳିଆର ସିଂ ସାର ନିଷ୍ଠା ପରିବାରକୁ ଖବର ଦେଇଥିଲେ। ସାଂଗେ ସାଂଗେ ନିଷ୍ଠା ପରିବାରର ସଦସ୍ୟମାନେ ତାଙ୍କ ଘରକୁ ଯାଇ ନିଜ ଗାଡିରେ ମୃତ ଦେହକୁ ଆଣି ବରଗଡ଼ ସ୍ଥିତ ଜିରା ନଦୀପଡା ଓ ଶ୍ମଶାନ ଘାଟରେ ଶବସତ୍କାର କରିଥିଲେ। ଏଥିରେ ନିଷ୍ଠାର ସଭାପତି ରକ୍ଷପାଳ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ରୋହିତ ସାହୁ ,କ୍ଷିରୋଦ ସାହୁ, ଲିଂଗରାଜ ସାହୁ, ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ବରଗଡ ପ୍ରତିନିଧି ମୋତିଲାଲ ବାଗ