November 18, 2025

Sabubarga Khabar

All category news

ଅରୁଣ କୁମାର ଭଟ୍ଟମିଶ୍ରଙ୍କ ସଭାପତି ରୂପେ ଦାୟିତ୍ୱ ଗ୍ରହଣ

ଜୟପୁର (ସଖପ୍ର): ଜୟପୁର ଅନୁବିଭାଗୀୟ ଗୃହ ନିର୍ମାଣ ସମବାୟ ସମିତି ଲିଃ ର ସଭାପତି ଭାବେ ତା ୧୨/୦୭/୨୨ ରିଖ ଦିନ ୩ୟ ଥର ପାଇଁ ଶ୍ରୀ ଅରୁଣ କୁମାର ଭଟ୍ଟ ମିଶ୍ର ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ। ଆଜି ତା ୨୫/୦୭/୨୨ ରିଖ ଦିନ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଅରୁଣ କୁମାର ପାଳ, ବରିଷ୍ଠ ନାଗରିକ ଅମର ଆହୁଜା, ଲୋକନାଥ ବେହେରାଙ୍କ ସମେତ ବୁଲୁ ମିଶ୍ର, ଚିତ୍ତରଞ୍ଜନ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ, ଗୌରେଶ୍ବରୀ ମିଶ୍ର, ଗୌର ଦାସ, ଅଜିତ ଦାଶ, ସନ୍ତୋଷ କୁମାର ମେକାପ୍, ପି ରମେଶ ପାତ୍ର ପ୍ରମୁଖ ଅଧିକାଂଶ ନିର୍ଦ୍ଦେଶକ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ନିର୍ଦ୍ଦେଶକ, ସମବାୟ ସମିତି ତଥା ଜୟପୁର ପ୍ରଶାସନର ପୂର୍ଣ୍ଣ ସହଯୋଗରେ ସମିତିର ପୂର୍ଣ୍ଣାଙ୍ଗ ବିକାଶ ନିଶ୍ଚିତଭାବେ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଭଟ୍ଟ ମିଶ୍ର ମତବ୍ୟକ୍ତ କରିଥିଲେ। ଗୌରେଶ୍ବରୀ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚିତ୍ତରଞ୍ଜନ ପ୍ରଧାନ ପରିଚୟ ପ୍ରଦାନ କରିଥିବାବେଳେ ଅରୁଣ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।

2 thoughts on “ଅରୁଣ କୁମାର ଭଟ୍ଟମିଶ୍ରଙ୍କ ସଭାପତି ରୂପେ ଦାୟିତ୍ୱ ଗ୍ରହଣ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.