ଅବୈଧ ମଦବେପାରୀ ଗିରଫ,ମୁଖ୍ୟ ଆସାମୀ ଫେରାର
ବାଲେଶ୍ଵର,୧୨/୪–ଅବୈଧ ମଦ ବେପାରୀଙ୍କ ବିରୋଧରେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କଠାରେ ଗତକାଲି ଅଭିଯୋଗ ହେବାପରେ ଖବର ପ୍ରକାଶ ପାଇଥିଲା । ଯାହାଫଳରେ ଆଜି ଖନ୍ତାପଡା ପୋଲିସ ପ୍ରଶାସନ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଖେରଙ୍ଗ ଗ୍ରାମରେ ପହଞ୍ଚି ଥିଲା । ପୋଲିସ ମଦବେପାରୀ ଦୀନବନ୍ଧୁ ମଳିକଙ୍କ ଘରେ ଚଢାଉକରି ଧାନ କିଆରି,କୁଟାବଦାଡି,ଘରପଛ ପ୍ରଭୃତି ସ୍ଥାନରେ ଖୋଜାଖୋଜି କରି ପ୍ରାୟ ୧ଶହ ଲିଟର ପାଖାପାଖି ଦେଶୀମଦ ଜବଦ କରିବା ସହିତ ଦୀନବନ୍ଧୁ ମଳିକକୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ତାଙ୍କର ପୁତ୍ର ଭାଗୀରଥି ମଳିକ ଫେରାର ହୋଇଯାଇଛି । ଏଥି ସହିତ ମଦ ବିକ୍ରି ବନ୍ଦ କରି ଗ୍ରାମରେ ଦୈନିକ ଘଟୁଥିବା ଅଶାନ୍ତିକୁ ଫେରାଇ ଆଣିବା ଲାଗି ଗ୍ରାମବାସୀଙ୍କ ତରଫରୁ ଏକ ଅଭିଯୋଗ ଘଟଣା ସ୍ଥଳରେ ଥିବା ପୋଲିସ ପ୍ରଶାସନକୁ ଦେଇଛନ୍ତି ଆଇଆଇସି ଖନ୍ତାପଡାଙ୍କ ଅବଗତି ନିମନ୍ତେ ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ