12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବୈଧ ଦେଶୀମଦ ଦୋକାନ ବନ୍ଦ ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ଵର,୧୧/୪–ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଖେରଙ୍ଗ ଗ୍ରାମରେ ଅବୈଧ ଦେଶୀମଦ ବନ୍ଦ ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ଘଟଣାରୁ ଜଣାଯାଉଛି ଯେ ଗ୍ରାମର ଦୀନବନ୍ଧୁ ମଳିକ ଓ ତାଙ୍କର ପୁଅ ଭାଗୀରଥି ମଳିକ ଦୀର୍ଘ ପ୍ରାୟ ୨୦ବର୍ଷ ହେବ ଅବୈଧ ଭାବରେ ଦେଶୀମଦ ବିକ୍ରି କରିଆସୁଛନ୍ତି । ଏହାଦ୍ବାରା ଗ୍ରାମବାସୀମାନେ ବିଭିନ୍ନ ସମୟରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପିଲାମାନଙ୍କର ପାଠପଢାରେ ବ୍ଯାଘାତ ହେଉଥିବାରୁ ବହୁ ପିଲା ପାଠପଢାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଅମଣିଷ ମଧ୍ୟ ପାଲଟି ଯାଉଛନ୍ତି । ମଦୁଆମାନେ ଦେଶୀମଦ ଭାଟିରୁ ମଦ ଖାଇ ମାତାଲ ହୋଇ ଘରର ସ୍ତ୍ରୀ ଲୋକମାନଙ୍କୁ ପିଟାମରା ବି କରୁଛନ୍ତି । ଏହାଦ୍ବାରା ସେମାନଙ୍କର ପରିବାରରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି । ମଦୁଆମାନେ ମଦନିଶାରେ ବିଭିନ୍ନ କୁଭାଷାରେ ଲୋକମାନଙ୍କୁ ଗାଳିଗୁଲଜ କରିବା ସହିତ ରାତିରେ ଲୋକଙ୍କ ଘରେ ପଶି ଗଣ୍ଡଗୋଳ କରୁଛନ୍ତି । ପ୍ରତିବାଦ କଲେ ବିଭିନ୍ନ ଧମକ ଦେଇ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି । ସବୁଠାରୁ ବଡ଼ ଦୁଃଖ କଥା ଯେ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ଏହି ଦେଶୀମଦ ମଦ ଦୋକାନ ଖୋଲା ଯାଉଥିବାରୁ ବହୁ ଅଚିହ୍ନା ଲୋକ ମଦ ପିଇବାକୁ ଆସୁଛନ୍ତି ଯାହାଫଳରେ କି ସଠାରେ ଭିଡଜମି ରହୁଛି ଏବଂ କରୋନା ଭାଇରସ୍ ବଢ଼ିବାର ବି ସମ୍ଭାବନା ଅଛି । ଏବାବଦରେ ଆବେଦନକାରୀ ମାନେ ସ୍ଥାନୀୟ ନେତାଙ୍କୁ ବାରମ୍ବାର ଜଣାଇଉଥିଲେ ମଧ୍ୟ କୌଣସି ମିଳୁନାହିଁ । ଲକ୍ ଡାଉନ୍ ଥିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ତଥା ଅଭିଯୋଗକାରୀ ମାନେ ହ୍ଵାଟ୍ସଆପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଯଦି ଏବାବଦରେ କୌଣସି ପଦକ୍ଷେପ ନ ନିଅନ୍ତି ତା’ ହେଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ସୌଦାମିନୀ ଯେନା,ମାଣିକ ଦାସ,ଚଞ୍ଚଳା ଯେନା,ସବିତା ଯେନା,କବିତା ଯେନା,ଜୟନ୍ତୀ ଯେନା, ଶାନ୍ତିଲତା ମଳିକ, ସସ୍ମିତା ଦାସ,ବାସନ୍ତୀ ନାୟକ, ରୀନା ବାରିକ,ବିଜୟଲକ୍ଷ୍ମୀ ମଳିକ, ପଦ୍ମାବତୀ ଦାସ,ଅନ୍ନପୂର୍ଣ୍ଣା ଦାସ ଓ ସୁକାନ୍ତି ଯେନା ଚେତାବନୀ ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *