02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବିଭକ୍ତ କୋରାପୁଟ ଜିଲ୍ଲା ମିଡିଆ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କୋରାପୁଟଜିଲ୍ଲା/ଜୟପୁର୧୬/୧୧(ସଖପ୍ର):ଆଜି ଜୟପରସ୍ଥିତ ସାମ୍ବାଦିକ ଭବନରେ ସଂଧ୍ୟା ୭ଘଟିକା ସମୟରେ “ଅବିଭକ୍ତ କୋରାପୁଟ ଜିଲ୍ଲା ମିଡ଼ିଆ ଆସୋସିଏସନ” ଓ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ(ଓୟୂଜେ)ମିଳିତ ଆନୁକୂଲ୍ୟରେ କରୋନା କଟକଣାକୁ ମାନି ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। “ଅବିଭକ୍ତ କୋରାପୁଟ ଜିଲ୍ଲା ମିଡିଆ ଆସୋସିଏସନ”ର ଉପସଭାପତି ତଥା “ସବୁବର୍ଗ ଖବର”ସମ୍ବାଦପତ୍ରର ସଂପାଦକ ଶ୍ରୀ ଚନ୍ଦ୍ରକାନ୍ତ ସୁତାରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୋରାପୁଟଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ଗୌଡ। ୧୯୬୬ ମସିହା ନଭେମ୍ବର ୧୬ତାରିଖ ପ୍ରେସ କାଉନସିଲ ଗଠନ ହୋଇଥିଲା। ଭାରତୀୟ ଗଣମାଧ୍ୟମର ସମ୍ବାଦ ପରିବେଷଣରେ ସ୍ବଚ୍ଛତା ବଜାୟ ରହିବାକୁ ନିୟନ୍ତ୍ରିତ କରିବା ଏହାର ମୁଖ୍ୟ ଲକ୍ଷ ଥିଲା । ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ସାମ୍ବାଦିକମାନେ ସତ୍ୟର ପୂଜାରୀ ତେଣୂ ସମ୍ବାଦ ପରିବେଷଣରେ ସତ୍ୟତା ରହିବା ନିହାତି ଜରୁରୀ। ଜନସାଧାରଣ ସବୁବେଳେ ଗଣମାଧ୍ୟମର ଖବରକୁ ବିଶ୍ବାସ କରିଥାନ୍ତି। ତେଣୂ ଖବର ପରିବେଷଣରେ କୌଣସି ତୃଟି ରହିବା ଉଚିତ ନୁହେଁ ବୋଲି “ସବୁବର୍ଗ ଖବର”ର ସଂପାଦକ ଚନ୍ଦ୍ରକାନ୍ତ ସୁତାର ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ସଚେତନ କରିଥିଲେ। ଆଗାଗୀ ଦିନରେ ସମ୍ବାଦ ପରିବେଷଣରେ ସ୍ବଚ୍ଛତା ବଜାୟ ରଖିବାକୁ ଉପସ୍ଥିତଥିବା ଗଣମାଧ୍ୟମର ପ୍ରତିନିଧିମାନେ ମତପ୍ରକାଶ କରିଥିଲେ। ଆସନ୍ତା ଦିନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ରାଜ୍ୟସରକାରଙ୍କ ପାଖରେ “ଅବିଭକ୍ତ କୋରାପୁଟ ଜିଲ୍ଲା ମିଡିଆ ଆସୋସିଏସନ” ତରଫରୁ ଦାବୀ ଉପସ୍ଥାପନ କରାଯିବ। ଯେଉଁ ସାମ୍ବାଦିକ ମାନଙ୍କର ସାମ୍ବାଦିକ ବୀମା ଯୋଜନାର ନାମ ପଞ୍ଜିକୃତ ହୋଇ ନାହିଁ ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ଜିଲ୍ଲାହି ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମିଡିଆ ଆସୋସିଏସନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବାଲା ରାୟ, ଉପଖଣ୍ଡ କ୍ରୀଡା ସଂପାଦକ ରବି ନାୟକ, ଓଟିଭି ପ୍ରତିନିଧି ଟି ଗୌରିଶଙ୍କର, ଜୟପୁର ଓ୍ବେବ ମିଡିଆ ଆସୋସିଏସନର ସଭାପତି ବାଲ୍ମିକୀ ମହାପାତ୍ର, ଜୟପୁର ମିଡ଼ିଆ ଆସୋସିଏସନର ସଭାପତି ଶ୍ରୀ ସୁମନ୍ତ କୁମାର ସାହୁ, ତ୍ରିଲୋଚନ ମହାରଣା, ଗଜେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାତ୍ର,ସୁବାଷିସ ନାୟକ, ଏ ଦୁର୍ଗା,ଭାନୁପ୍ରତାପ ସମମେତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *