ଅବହେଳିତ ଅବସ୍ଥାରେ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି !

ରାୟଗଡା ୧୧/୧୨(ସଖପ୍ର): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ତତ୍କାଳୀନ ବିଷମକଟକ ବିଧାୟକ ଡମ୍ବୁରୁଧର ଉଲାକା, ପଞ୍ଚାୟତ ସମିତି ଅଧ୍ୟକ୍ଷ କୁରଞ୍ଜି ଉଲାକା , ଉପାଧ୍ୟକ୍ଷ ଦିଲୀପ କୁମାର ପଟନାୟକ ଏବଂ ଚାଟିକଣାର ସରପଞ୍ଚ ଜୟନ୍ତୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଭାରତରତ୍ନ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । 19.11.1998ର ଏହି ପ୍ରତିମୂର୍ତ୍ତି ଏବେ ଭଗ୍ନ ଅବସ୍ଥାରେ ଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ବିଷମକଟକ ବ୍ଲକ୍ ଚାଟିକଣା ଗ୍ରାମର ମୁଖ୍ୟ ରାସ୍ତାରେ। ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯାତାୟତ କରୁଥିଲେ ମଧ୍ୟ କାହାରି ଏହି ପ୍ରତିମୂର୍ତ୍ତି ଉପରେ ଦୃଷ୍ଟି ପଡୁ ନଥିବା ଅଭିଯୋଗ କରିଛନ୍ତି କେତେକ ବୁଦ୍ଧିଜୀବୀ। ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ହେଉ ନଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଛନ୍ତି। ତେଣୁ ଖୁବ ଶୀଘ୍ର ଏହି ଭଗ୍ନ ପ୍ରତିମୂର୍ତ୍ତିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ