12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମୃତ୍ୟୁ

ବାଲେଶ୍ବର,୨୩/୮– ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ଥାନା ଅଞ୍ଚଳରେ ଅଘିରାପଦା ଗ୍ରାମପଞ୍ଚାୟତର ଗୋଟିଏ ଦିନରେ ଚିଞ୍ଚଡା ଗ୍ରାମରେ ଆଶାକର୍ମୀ ଏବଂ ଜଣେ ୱାର୍ଡସଭ୍ୟାଙ୍କ ସମେତ ପନ୍ଦର ଜଣ ଓ ଅଘିରାପଦା ଗ୍ରାମରେ ପାଞ୍ଚ ଜଣ ଆକ୍ରାନ୍ତ ହୋଇ ସଂଗରୋଦ୍ଧ ଗୃହରେ ଅଛନ୍ତି । ବାଲେଶ୍ବର ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଔପଦା ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବୀତ୍, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, କବି ସମାଜସେବୀ ଶିଶୁକିଶୋର ପତ୍ରିକା ରୁପାଥାଳିଆର ପରିଚାଳନା ସମ୍ପାଦକ ଚୈତନ୍ଯ ପ୍ରସାଦ ବାରିକ(୬୨)ଙ୍କର ଦେହାନ୍ତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ବାଲେଶ୍ବର ଶ୍ମଶାନରେ ତାଙ୍କର ପୁତ୍ର ବୀରକିଶୋର ବାରିକ ମୁଖାଗ୍ନି ଦେଇ ଛନ୍ତି । ପାଖରେ ତିନି ପୁତୁରା ଲଳିତ, ନୃପକିଶେର, ଏବଂ ଭଞ୍ଜ କିଶୋର ଉପସ୍ଥିତ ଥିଲେ । ସ୍ବର୍ଗତ ବାରିକଙ୍କ ବଡଭାଇ ଶିଶୁସାହିତ୍ୟିକ ସମାଜସେବୀ ତଥା ରୁପାଥାଳିଆର ସଂପାଦକ ଏବଂ ବିଇନିୟୁଜର ସହ ସଂପାଦକ ନିରଞ୍ଜନ ପ୍ରସାଦ ବାରିକ । ସ୍ବର୍ଗତ ବାରିକ ଏକାଧାରରେ ଜଣେ ସୁବକ୍ତା ଛାତ୍ର ବତ୍ସଳ ଶିକ୍ଷକ ଏବଂ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ବାଲେଶ୍ଵର ଓ ମୟୂରଭଞ୍ଜରେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ଔପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ କରୋନା ଜନିତ ମୃତ୍ୟୁ କହୁଥିଲା ବେଳେ ଡାକ୍ତରଙ୍କ ଠାରୁ କରୋନା ମୃତ୍ୟୁ ସମ୍ବନ୍ଧୀୟ କୌଣସି ରିପୋର୍ଟ ମିଳି ନାହିଁ ଯାହା ନିରଞ୍ଜନ ପ୍ରସାଦ ବାରିକ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *