03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର): କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଚିତ୍ରାନନ୍ଦ ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିପୂର୍ବରୁ ଢାମଣାହାଣ୍ଡି, ଗିର୍ଲା, ସରଗିଗୁଡା, ଚାନ୍ଦିଲି, କୁସୁମୀ, ଚିତ୍ରା ,ଘୁମର ତଥା ଏନ୍. ଏ. ସି. କ୍ଲଷ୍ଟର ମାନଙ୍କରେ ସି. ଆର୍. ସି. ସି. ମାନେ ପୃଥକ୍ ପୃଥକ୍ ଭାବରେ ଶ୍ରୀ ସେଠୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ବାଲିଡିହାର ଶ୍ରୀ ବିଚିତ୍ରାନନ୍ଦ ସେଠୀ ୨୦୧୮ ମସିହାରୁ କୋଟପାଡ ଓ କୁନ୍ଦୁରା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ । ଏଥି ସହିତ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ପ୍ରିନସିପାଲ ଦାୟିତ୍ୱ ମଧ୍ୟ ନିର୍ବାହ କରୁଥିଲେ ।ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ଦୀପ ପଟ୍ଟନାୟକ, ଏମ୍. ମାଲେଶ୍ବର ରାଓ, ସନ୍ତୋଷ ପାଢୀ, ଧୀରଜ ଭତ୍ରା, ପ୍ରଶାନ୍ତ ସାହୁ, ଶସି ନାୟକ, ଜଗା ରାଓ, ବାଲାଜୀ ନାୟକଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଖଗେଶ୍ବର ଗୋଲେରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *