01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବକାରୀ ବିଭାଗ ପକ୍ଷରୁ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ,ବିପୁଳ ପରିମାଣର ମହୁଲ ମଦ ଜବତ ଓ ପୋଚ ନଷ୍ଟ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲାରେ ଲକଡାଉନର ସୁଯୋଗ ନେଇ ଚୋରାମଦ କାରବାର ବୃଦ୍ଧି ପାଉଥିବାର ଦୃଷ୍ଟିରେ ରଖି ଜିଲ୍ଲାପାଳ ରାୟଗଡା ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ତା ୧୫,୧୬ ଓ ୧୭ତାରିଖରେ ଲଗାତର ଭାବରେ ତିନିଦିନଧରି ବ୍ୟାପକ ଅବକାରୀ ଦଳବଳ ଚଢ଼ାଉ କରିଥିଲେ ଓ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ସାମଗ୍ରୀ ଜବତ କରିବାସହ ନଷ୍ଟ କରିଥିଲେ।
ଗତ ତା ୧୫.୫.୨୦ରିଖରେ ଚାନ୍ଦଲି ଥାନା ଅନ୍ତର୍ଗତ ବି.ଏନ.ପୁର ଅଞ୍ଚଳରେ ଅବକାରୀ ବିଭାଗ, ବନ ବିଭାଗ ଦଳବଳ ଚଢ଼ାଉ କରି ୨୦ଲିଟର ସଲପ ତାଡ଼ି ଜବତ କରି ସାରକା ମିନା ରାଓକୁ ଗିରଫ କରିଛନ୍ତି। ରାୟଗଡ଼ା ଥାନା ଅନ୍ତର୍ଗତ କଲା ପାଡୁ ଗ୍ରାମରେ ଚଡଉ କରି ୪୫୦ଲିଟର ପୋଚ୍ଚ ଓ ୪୦ଲିଟର ମଦ ନଷ୍ଟ କରାଯାଇଛି । ଗୁଡାରି ଥାନା ଅଞ୍ଚଳରେ ଗୁଡାରି ଗ୍ରାମରେ ଚଢ଼ାଉ କରି ୩୩ଲିଟର ମଦ ସହିତ ତିନିଜଣ ଵ୍ୟକ୍ତିଙ୍କୁ ଶ୍ରୀ ନାଗ ଗନ୍ତା,ସଂର ପବନ ଗନ୍ତା,ଏବଂ ଶ୍ରୀ ଜଗ ଗନ୍ତାଙ୍କୁ ଗିରଫ କରାଯାଇଛି।
ସେହିପରି ତା ୧୬.୫.୨୦ରଖ ଦିନ କାଶୀପୁର ଥାନାର ପୋଡିଙ୍ଗ ଗ୍ରାମରେ ଚଢ଼ାଉ କରି ୨୦ଲିଟର ସଲପ ସହିତ ଶ୍ରୀ ମଧୁ ନାୟକ ଓ ୨୦ଲିଟର ମଦ ସାଙ୍ଗକୁ ଶ୍ରୀ ନନ୍ଦ ନାୟକଙ୍କୁ ଗିରଫ କରାଯାଇଛି । କଲ୍ୟାଣସିଙ୍ଗପୁର ଥାନା ଅନ୍ତର୍ଗତ ସୀକୃପାଇରେ ଚଡଉ କରି ୪୦୦ଲିଟର ପୋଚ୍ଚ ନଷ୍ଟ କରାଯାଇଛି। ମୁନିଗୁଡା ଥାନା ଅନ୍ତର୍ଗତ ମାଲଢ଼େପଗୁଡା ଗ୍ରାମରେ ଚଢାଉ କରି ୨୦ ଲିଟର ଦେଶୀମଦ ନଷ୍ଟ କରାଯାଇଛି। ଏହା ସହିତ ଶ୍ରୀ ତିକମୋହନ କୁଶଲୀୟକୁ ଗିରଫ କରାଯାଇଛି । ୧୭.୫.୨୦ ରଖଦିନ ରାୟଗଡା ଥାନା ଅନ୍ତର୍ଗତ ବାରିଝୋଲା ଗ୍ରାମରେ ଅବିକାରୀ ଅନୁ ନିରୀକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃରେ ସଦଳବଳ ଚଢ଼ାଉ କରି ୧୮୫୦ଲିଟର ପୋଚ୍ଚ ଓ ୧୮୦ଲିଟର ମଦ ଜବତ କରି ନଷ୍ଟ କରାଯାଇଛି। ସେହିପରି ଗୁଣପୁର ଥାନା ଅନ୍ତର୍ଗତ ଚନ୍ଦ୍ରୟୁଗୁଡା ଗ୍ରାମରେ ଚଢ଼ାଉ କରି ୪୦୦ଲିଟର ୨୦ଲିଟର ମଦ ଜବତ କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *