ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀଙ୍କ ବିଷମକଟକ ନିର୍ବାଚନ ମଣ୍ଡଳୀ ଗସ୍ତ
ରାୟଗଡାଜିଲ୍ଲା:( ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି) ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଓଡ଼ିଶା ଶ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲନରା ପଞ୍ଚାୟତ ସମିତିର ଅଧିନସ୍ଥ ବଡଖିଲାପଦର,କାଟିକଣା, ସୁରି,ଓ ଥେରୁବାଲି ଗ୍ରାମପଞ୍ଚାୟତ ଗୁଡିକର ଗସ୍ତକରି ବଡଖିଲାପଦର ଗ୍ରା.ପ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭା ଦ୍ୱାରା ବିକାଶ ଯୋଜନା ବୈଠକରେ ଯୋଗଦେଇ ମହାତ୍ମା ଗାନ୍ଧୀ ନରେଗା ଯୋଜନାର ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଗୁଡିକର ପ୍ରସ୍ତୁତର ସମୀକ୍ଷା କରିଥିଲେ । ଏଥି ସହ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା ସହିତ ବଡଖିଲାପଦର, କାଟିକଣ,ଥେରୁବାଲି, ଓ ସୁରି ଗ୍ରା.ପ ଗୁଡିକରେ ଥିବା କୋଭିଡ 19 ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କେନ୍ଦ୍ର ଗୁଡିକ ପରିଦର୍ଶନ କରି ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତକରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା, ଖାଦ୍ୟ ପେୟ, ରହିବା ବ୍ୟବସ୍ଥା ସମ୍ବନ୍ଧରେ ପଚାରିବୁଝିବା ସହିତ ସମସ୍ତଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ।