04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅନାଥ ଚାରି ଭାଈ ଓ ଭଉଣୀଙ୍କୁ କୋୟା ସମାଜ ତରଫରୁ ସହାୟତା ପ୍ରଦାନ…

ଅନାଥ ଚାରି ଭାଈ ଓ ଭଉଣୀଙ୍କୁ କୋୟା ସମାମାଲକାନଗିରି (ସ.ଖ.ପ୍ର ):କିଛି ଦିନ ତଳେ ମହାରାଜପାଲିର ଏକ ପରିବାରର ବାପା ପୋଡ଼ିଆମୀ କଣା ଓ ମା ପୋଡ଼ିଆମୀ ସାମେଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଥିଲା |ତାଙ୍କର ୩ ଟି ଝିଅ ଓ ଗୋଟିଏ ପୁଅ |ଖବର ପାଇ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ତାଙ୍କ ଗାଁକୁ ଯାଇ ୨ ଜଣ ପିଲାଙ୍କୁ ପାଖ ବିଦ୍ୟାଳୟରେ ନାମ ଲେଖାଇବା ବ୍ୟବସ୍ଥା କରିଥିଲେ ଓ ଯାହା ସରକାରୀ ସ୍ଥରରେ ସୁବିଧା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |ଆଜି ଜିଲ୍ଲା କୋୟା ସମାଜର ସଭାପତି କୃଷ୍ଣ ଚନ୍ଦ୍ର ବୁରୁଦା, ଉପ ସଭାପତି କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ୀ ଓ ଅନ୍ୟ ଭଦ୍ରବ୍ୟକ୍ତି ସମସ୍ତେ ସେଠାକୁ ଯାଇ ଏହି ୪ ପିଲାଙ୍କୁ ଚାଉଳ, ଚୁଡା, ଡାଲି, ଗୁଡ଼ ସହ ୫000ହଜାର ଟଙ୍କା ଦେଇଥିଲେ |ଏହାପରେ ତାଙ୍କ ସହ ଯାଇଥିବା ଭଦ୍ରବ୍ୟକ୍ତି ମାନେ ୨୫ 00ଟଙ୍କା ଦେଇଥିଲେ |ଏହାପରେ ଏହି କୋୟା ସମାଜର ପ୍ରତିନିଧି ମଣ୍ଡଳୀ ଏମ ପି ଭି -୮୧ ଓ କୋଇକୋଣ୍ଡା ଯାଇଥିଲେ |ସେଠାରେ କିଛି ଦିନ ତଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା |ସେଠାକୁ ଯାଇ ଲୋକଙ୍କୁ ବୁଝାଇ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରବର୍ତ୍ତାଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *