ଅଣ୍ଡାଖାଇବାକୁ କେନ୍ଦ୍ରକରି ଯୁବକକୁ ପିଟି ପିଟି ହତ୍ୟା ଘଟଣା : ୩ଗିରଫ
ଧର୍ମଶାଳା.23/11(ସଖପ୍ର) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ହାଟରେ ଏକ ଅଣ୍ଡାସିଝା ବିକୁଥିବା ଦୋକାନରେ ଗୁରୁବାର ଅଣ୍ଡାଖାଇବାକୁ ନେଇ ଗଣ୍ଡୋଗୋଳ ହେବା ପରେ ଯୁବକକୁ ପିଟି ପିଟଇ ହତ୍ୟା କରାଯାଇଥିବା ଘଟଣାରେ ଆଜି ଧର୍ମଶାଳା ପୋଲିସ ତିନିଜିଣଙ୍କ ଗିରଫ କରିଥିବା ଜଣାଯାଇଛି । ଏପରିକି ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଆରୁହା ଗ୍ରାମର ପିତାମ୍ବର ଦାସ ଓରଫ ବୁଧିଆ (୩୫), ଲିଟୁ ବଟ (୨୫) ଏବଂ ମକରା ବୋଲି ଜଣାପଡିଛି । ସୂଚନା ମୁତାବକ ଧର୍ମଶାଳା ଥାନା ଜାରକା ପଂଚାୟତ ଟିକରସାହି (ଜାଲସୁଖା) ଗ୍ରାମର ଗୁନ ବେହେରାଙ୍କ ପୁଅ ବିଶ୍ୱଭୁଷଣ ବେହେରା(୨୦) ଏବଂ ତାଙ୍କର ସାଙ୍ଗ ମାନସ ଦେହୁରୀ (୨୦) ବୁଧବାର ଦର୍ପଣରେ ଥିବା ତାଙ୍କର ପିଇସାଙ୍କ ଘରକୁ ଯାଇଥିଲେ । ଗତକାଲି ସେଠାରୁ ଫେରିବା ବାଟରେ ବୁଧବାର ଥିବାରୁ ଆରୁହା ହାଠ ବସିଥିଲା । ସେଠାରେ ସିଝା ଅଣ୍ଡା ଖାଇବାକୁ ଦୁହେଁ ଅଟକିଥିଲେ । ଉଭୟ ଅଣ୍ଡା ଖାଇସାରି ଦୋକାନିକୁ ଟଙ୍କାଦେଇଥିଲେ । କିନ୍ତୁ ଅଣ୍ଡାର ମୂଲ୍ୟକୁ ଦୋକାନୀ ଅଧିକ ଟଙ୍କାଟିଏ ବଢ଼ାଇବା ସହିତ ଅଧିକ ୨ଟଙ୍କା ମାଗିଥିଲା । ମାତ୍ର ଏହା ଟିକ୍ ନୁହେଁ କହିବାରୁ ଦୋକାନୀ ଏବଂ ଉଭୟ ଦୁଇସାଙ୍ଗଙ୍କ ସହିତ ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲା । ପରେ ସେଠାରେ ଅଣ୍ଡାଦୋକାନୀଙ୍କ ସହିତ ଆରୁହା ଗ୍ରାମର କିଛି ଯୁବକ ଏବଂ ଦୋକାନୀ ମିଶି ଉଭୟଙ୍କୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ନେଉଥିଲେ । ଏହି ସମୟରେ ସେଠାରୁ ମାନସ ଦୌଡି ପଳାଇଆସିଥିବା ବେଳେ ବିଶ୍ୱବିଶ୍ୱଣଙ୍କ ୭ଜଣରୁ ଉର୍ଧଯୁବକ ପ୍ରବଳ ମାଡ ମାରିଥିଲେ । ଏପରକି ପାଣିରେ ବୁଡାଇଥିଲେ ମଧ୍ୟ । ଯାହା ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ଅନ୍ୟ ବହୁ ଲୋକ ଦେଖିଥିଲେ ମଧ୍ୟ ପତିବାଦ କରିନଥିଲେ । ପରେ ବିଶ୍ୱଭୂଷଣ ମୃତ ହୋଇଯିବା ପରେ ତାଙ୍କୁ ଆତ୍ନହତ୍ୟାର ରୁପଦେବାକୁ ଯାଇ ନିକଟସ୍ଥ ରେଳ ଲାଇନରେ ପକାଇଦେଇଥିଲେ । ବିଶ୍ୱଭୂଷଣଙ୍କ ଦେହରେ ବିଭିନ୍ନକ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କୁ ଖୁବୁ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।