ଅଟୋରେ ୫୦ କେଜି ଗଞ୍ଜେଇ ସହ ୩ ଜଣକୁ ଗିରଫ କଲା ଜୟପୁର ପୋଲିସ

ଜୟପୁର ୦୨/୦୭(ସଖପ୍ର): କୋରାପୁଟ ଜିଲ୍ଲା-ଜୟପୁର ସଦର ପୋଲିସକୁ ମିଳିଛି ଆଉ ଏକ ସଫଳତା। ଏକ ଅଟୋ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜୟପୁର ସଦର ପୋଲିସ ଜୟପୁରସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏହି ଅଟୋକୁ ଚଢ଼ାଉ କରିଥିଲେ। ଏହି ଅଟୋରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟରୁ ଜୟପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ। ତା୦୧/୦୬/୨୦୨୧ରିଖ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ସଦର ପୋଲିସ ଥାନା ଅଧିକାରୀ ଏନ୍ କେ ଟୋପୋ ଚଢ଼ାଉ କରିଥିଲେ। ଏହି ଗଞ୍ଜେଇ ଅଟୋ ନମ୍ବର ଏପି.୩୧ ୱାଇ-୯୦୪୨ରେ ୫୦ କେଜି ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହା ସହ ଏକ ହିରୋ ଗ୍ଲାମର ବାଇକ୍ ଓ.ଡି. ୧୦ ଇ-୬୨୫୮, ୩ ଟି ମୋବାଇଲ ଫୋନ, ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ। ମଧୂ ମୁଚାମ (୨୮),ବସୁ ମୁଚାମ (୨୭) ,ଓ ଶ୍ୟାମସୁନ୍ଦର ମୁଚାମ (୧୯)। ଏହି ଅଭିଯୁକ୍ତ ମାନେ ମାଛକୁଣ୍ଡ ଅଞ୍ଚଳର କାଣ୍ଟି ଗୁଡା ଗ୍ରାମର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ