06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଉମରକୋଟ(ସଖପ୍ର ): ସାରା ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଉଥିବା ବେଳେ ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ପାର୍ଟି କାର୍ଯ୍ୟାଳୟ ଠାରେ ଏହା ପାଳିତ ହୋଇଛି। ସଭାପତି ସୁରେଶ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ସ୍ବର୍ଗତ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପ ଦୀପ ପ୍ରଦାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢ଼ୀ, ସମ୍ପାଦକ ରାମ ନାୟକ, ତଥା ତପନ ଦାସ, ମିଲୁ ପଣ୍ଡା, ଚିନ୍ମୟ ପଟ୍ଟନାୟକ, ପ୍ରଭାତ ନାୟକ ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ। ସତ୍ୟ ବେହେରା, ମୁନା ସାହୁ, ପ୍ରମୋଦ ନାୟକ, ଲୋକନାଥ, ସାନ ଭାଇ, ରବି ପାତ୍ର, ରାମହରି ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *