ଅଜଣା ରୋଗରେ ଗଲାଣି ୧୩ଟି ନିରୀହ ଜୀବନ…

ମାଲକାନଗିରି(ସ.ଖ.ପ୍ର ): ଏକବିଂଶ ଶତାବ୍ଦୀରେ ଲୋକେ ଉନ୍ନତ ବିଜ୍ଞାନ କୌଶଳ ମାଧ୍ୟମରେ ରୋଗ ନିରୂପଣ କରୁଛନ୍ତି | କିନ୍ତୁ ଏବେବି ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସ | ଅଜଣା ରୋଗରେ ଗଡି ଚାଲିଛି ମୁଣ୍ଡ | ଗ୍ରାମରେ ଦେଖାଦେଇଛି ଭୟର ବାତା ବରଣ | ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ କମାରପାଲି ପଞ୍ଚାୟତର ସୋଡିଗୁଡା ଗ୍ରାମରେ ଦେଖାଦେଇଛି ଅଜଣା ରୋଗ | ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ କହିବା ଅନୁଯାଇ ପ୍ରଥମେ ଗୋଡ଼ ହାତ ଫୁଲିବା ସହିତ ଯନ୍ତ୍ରଣା ହେଉଛି ଏପରିକି ଖାଇବାକୁ ଇଚ୍ଛା ହେଉନାହିଁ | ଏମିତି କିଛିଦିନ ହେବା ପରେ ଲୋକଙ୍କ ଅକାରଣରେ ଚାଲିଯାଉଛି ଜୀବନ | ଗତ ମାସକ ଭିତରେ ଏହି ଅଜଣା ରୋଗରେ ଗାଁ ର ୧ ୩ ଜଣକ ଜୀବନଗଲାଣି | ଦୂର୍ଗମ ଅଞ୍ଚଳର ଲୋକେ କରୋନା ଭୟରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନଯାଇ ଆଶ୍ରୟ ନେଇଛନ୍ତି ଗୁଣି ଗାରିଡି ଚିକିତ୍ସା ର | ଲୋକଙ୍କୁ ଜ୍ୱର ହେଲେ ଗୁଣିଆ ନିକଟରେ ଝଡା ଫୁଙ୍କା ଉପଚାର କରୁଛନ୍ତି | ପ୍ରଶାସନ ନିକଟରେ ଏ ନେଇ କୌଣସି ଖବର ନ ଥିବା ବେଳେ ଗ୍ରାମରେ ଦେଖା ଦେଇଛି ଭୟର ବାତା ବରଣ | ବର୍ତ୍ତମାନ ସୁଦ୍ଧା ଏହି ଅଜଣା ରୋଗ ରେ ବାମନ ମାଢି , ଅଡ଼ମା ସୋଡି, ଲକ୍ଷ୍ମୀ ମାଢି, ଇଦି ଆ ସୋଡି, ସମ୍ପତି ମାଢିଙ୍କ ଭଳି ଏ ପରି ୧୩ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ କସା ମାଢି, ଓ ପଦ୍ମା ମାଢି ଏବେ ବି ଆକ୍ରାନ୍ତ ହୋଇ ଗାଁ ରେ ଗୁଣି ଗାରେଡିର ଆଶ୍ରୟ ନେଇ ଗୁରୁତର ହୋଇ ପଡ଼ିଥିବା ଜଣାପଡିଛି |ତୁରନ୍ତ ଉକ୍ତ ଗ୍ରାମକୁ ଏକ ଡାକ୍ତରୀ ଦଳ ପଠାଇବା ପାଇଁ ସାଧରଣରେ ଦାବି ହେଉଛି |ବାରମ୍ବାର ଜିଲ୍ଲାର ବିଭିନ୍ନ ଅଂଚଳରେ ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସ ଜାଲରେ ପଡ଼ି ନିରୀହ ଜୀବନ ଯିବାର ନଜିର ରହିଛି, ତେଣୁ ପ୍ରଶାସନ ଏହି ଅଂଚଳରେ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ସାମାଜିକ କର୍ମୀମାନେ ମତ ପ୍ରକାଶ କରିଛନ୍ତି |