02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ, ଭୁବନେଶ୍ୱର

ଭୁବନେଶ୍ୱର (ସଖପ୍ର) : ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭା ଗୃହରେ “ସବୁବର୍ଗ ଖବର” ସମ୍ବାଦପତ୍ରର ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ସୁତାର ତଥା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଓଡ଼ିଶା ୟୁନିଟ ସଭାପତିଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରକାଶିତ ସମ୍ବାଦପତ୍ରର ସମ୍ପାଦକମାନେ ଯୋଗଦେଇଥିଲେ। ସମ୍ପାଦକମାନଙ୍କର ପାଇଁ ସରକାରଙ୍କ ଠାରୁ ସୁବିଧା ସୁଯୋଗ ଯୋଗାଇବାକୁ ସମ୍ପାଦକ ଅନିଲ କୁମାର ସାହୁ ମତ ଦେଇଥିଲେ। ସଂଘର ଜଣେ ସଦସ୍ୟ କୋରାପୁଟରୁ ପ୍ରକାଶିତ “ଉତ୍କଳ ଦର୍ପଣ” ଖବରକାଗଜର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ଦୁଇବର୍ଷ ପୂର୍ବରୁ ଦୁର୍ବଳଆର୍ଥିକସ୍ଥିତି ଯୋଗୁଁ ଉଚ୍ଚସ୍ତରୀୟ ଚିକିତ୍ସା ହୋଇ ନପାରିବା କାରଣରୁ ଦୁଇଟିଯାକ ଆଖିର ଦୃଷ୍ଟି ହରାଇଥିଲେ। ସେ ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହୋଇଥିଲେ। ଆଗାମୀ ଦିନରେ ଓଡିଆରୁ ପ୍ରକାଶିତ କ୍ଷୁଦ୍ରମଧ୍ୟମ ସମ୍ବାଦପତ୍ରର ସମ୍ପାଦକ ମାନେ ଯେପରି ଗୋପବନ୍ଧୁ ସ୍ବାସ୍ଥ୍ୟବୀମାରେ ସାମିଲ ହୋଇ ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ପାଇବେ, ଖୁବ୍ ଶିଘ୍ର ସେ ବିଷୟରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଦାବୀପତ୍ର ଉପସ୍ଥାପନ କରାଯିବ ବୋଲି ସଂଘର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର ପ୍ରତିଶ୍ରୃତି ଦେଇଥିଲେ। “ନିବେଦିତା” ସମ୍ବାଦପତ୍ରର ସମ୍ପାଦକ ଅନିଲ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା ସହ ସ୍ବାଗତ ଭାଷଣ ଦେଇଥିଲେ ଓ ଶେଷରେ “ନୂଆ ଖବର” ସମ୍ପାଦକ ବିଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

1 thought on “ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *