ଅଖିଳଭାରତୀୟ ଗଣ୍ଡ କାର୍ଯ୍ୟକାରିଣୀ ମହାସଭା ଓ ଜରୁରୀ ବୈଠକ
କେନ୍ଦୁଝର ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ସନ୍ନିକଟରେ ଥିବାଗୁଜୁରାଟୀ ଯୁବ ମଞ୍ଚଠାରେ ଅଖିଳଭାରତୀୟ ଗଣ୍ଡ ମହାସଭାର ପରିବର୍ଦ୍ଧିତ ମହାସଭାର କାର୍ଯ୍ୟକାରିଣୀ କମିଟି ପୁର୍ନଗଠିତ ହୋଇଅଛି । କେନ୍ଦୁଝରର ଗୁଜରାଟୀ ସମାଜ କଲ୍ୟାଣ ମଣ୍ଡପରେ ଠାରେ କେନ୍ଦୁଝର ଭଳି ପ୍ରମୁଖ ତଥା ପଡୋଶୀ ଜିଲ୍ଲାର ପରିବେଷ୍ଟିତ କାର୍ଯ୍ୟକାରିଣୀ ବୈଠକ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡିଶା ରାଜ୍ୟ ସଭାପତି ମହେନ୍ଦ୍ର ନାୟକଙ୍କ ଉପସ୍ଥିତିରେ କମିଟି ଗଠିତ ହୋଇଥିବା ବେଳେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଅନନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ସମସ୍ତପଲ୍ଲୀ ତଥା ଖଳାର କାର୍ଯ୍ୟ କର୍ମକର୍ତ୍ତା ତଥା କେନ୍ଦୁଝରର ପୂର୍ବତନ ବିଧାୟକ ଗଣ ପ୍ରାଣବଲ୍ଲବ ନାୟକ,କାହ୍ନୁଚ଼ରଣ ନାଏକ,ଉପେନ୍ଦ୍ର ନାଏକ,ଦୋଳଗୋବିନ୍ଦନାୟକ,ରାଜ୍ୟମହା ସଚିବ ପ୍ୟାରିମୋହନ ନାୟକ,ମନମୋହନ ସିଂହ,ବିଡିଓ ଭାଗିରଥି ନାଏକ ରାଜ୍ୟ ଉପସଭାପତି ଦମୟନ୍ତୀ ମହାପାତ୍ର,ରାଜ୍ୟ ସଭାନେତ୍ରୀ ଶୁକାନ୍ତୀବାଳା ନାଏକଙ୍କ ଉପସ୍ଥିତିରେ ଜିଲ୍ଲା କମିଟି ତଥା ନୂତନ ସଭାପତି ଜନାର୍ଦ୍ଧନ ନାୟକ,ହରେକୃଷ୍ଣ ନାୟକ ଉପଦେଷ୍ଟା ପୂର୍ବତନ ସାଂସଦ ଅନନ୍ତ ନାୟକ,ବିଡିଓ ଭାଗିରଥି ନାଏକ ୨୦୨୦ ହେବାକୁ ଥିବା ଅଖିଳ ଭାରତୀୟ ରାଷ୍ଟ୍ରୀୟ ସମାବେଶ ତଥା ଗଣ୍ଡ ସମାଜର ପୂରୁଧାଗଣ ଯଥା ସଦାଶିବ ନାଏକ,ମୀନକେତନ ମାଝି,ବିନୋଦ ମଲ୍ଲିକ, ରାମଚ଼ନ୍ଦ୍ର ଧରୁଆ,ଆଦିକନ୍ଦ ଭୋଇ ସଂଖ୍ୟାଳୀ ଚରଣ ନାଏକ,ଉମାକାନ୍ତନାଏକ, ସାମ୍ବାଦିକ ନିର୍ମଳ କୁମାର ନାୟକ ଏବଂ ରାଜ୍ୟ ତଥା ପ୍ରାନ୍ତୀୟ ବହୁ ଗଣ୍ଡ ସମାଜର ଭାଇଭଉଣୀ ଯୋଗଦେଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।