01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପେଟ୍ରୋଲ ପମ୍ପରେ ନୋ ହେଲମେଟ, ନୋ ପେଟ୍ରୋଲ ନିୟମ ପ୍ରହସନରେ ପରିଣତ

ରାଉରକେଲା:୧୧/୧୧(ସଖପ୍ର) ରାଉରକେଲାର ପେଟ୍ରୋଲ ପମ୍ପରେ ନୋ ହେଲମେଟ, ନୋ ପେଟ୍ରୋଲ ନିୟମ ପ୍ରହସନରେ ପରିଣତ ହେଲାଭଳି ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି। ଏଠାରେ ଗତ ତିନି ବର୍ଷ ପୂର୍ବେ ହେଲମେଟ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି କଡ଼ାକଡ଼ି ନିୟମ ପ୍ରଶାସନ ପକ୍ଷରୁ ଜାରି ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ଅବସ୍ଥାରେ ଏହି ନିୟମ ଧିରେ ଧିରେ ମାଟି କାମୁଡ଼ିବା ଦେଖିବାକୁ ମିଳିଥିଲା। ଗତ ଅଗଷ୍ଟ ୧୬ ତାରିଖରୁ ପୁଣିଥରେ ଏହି ନିୟମ ଲାଗୁ ହୋଇଥିଲେ ସୁଦ୍ଧା ଯୁବପିଢୀ ମାନେ ଏହି ନିୟମକୁ ଆଦୌ ମାନୁନଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଯଦି ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ତୈଳ ଦେଉ ନାହାନ୍ତି, ତେବେ ସେମାନଙ୍କୁ ଉଦଭ୍ରାନ୍ତ ଯୁବପିଢୀଙ୍କ କ୍ରୋଧର ଶୀକାର ହେବାକୁ ପଡୁଛି। ସମୟରେ ପେଟ୍ରୋଲ ପମ୍ପରେ ଅଯଥାରେ ଝିମିଟି ଖେଳରୁ ମହାଭାରତ ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ, ପେଟ୍ରୋଲ ପମ୍ପରେ ଥିବା ଅନ୍ୟ ଗ୍ରାହକ ମାନେ ପ୍ରଭାବିତ ହେଉଛନ୍ତି। ଅପରପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏଯାଏ ନିଆଯାଉ ନଥିବାରୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସବୁବେଳେ ଆତଙ୍କର ବାତାବରଣରେ ରହୁଛନ୍ତି। ପ୍ରକାଶଥାଉକି, ଦକ୍ଷିଣ ରାଉରକେଲା ଦେଇ ଯାଇଛି ଜାତୀୟ ରାଜପଥ-୧୪୩। ଏହି ରାସ୍ତାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟି ଅକାଳରେ ବାଇକ ଆରୋହୀ ମୃତ୍ୟୁବରଣ କରୁଛନ୍ତି। ଏଣୁ ଯୁବପିଢୀ ମାନେ ହେଲମେଟ ପିନ୍ଧି ବାଇକ ଚାଳନା କଲେ ଦୁର୍ଘଟଣାରୁ ବର୍ତି ପାରିବେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *