ବୁଲବୁଲ ପ୍ରଭାବରେ ଅଣନିଶ୍ୱାସୀ ଚାଷୀ; ଭାଙ୍ଗିଲା ୩, ୮୦୬ ଘରଦ୍ୱାର ଓ ୧୨, ୬୫୦ ହେକ୍ଟର ଫସଲ ନଷ୍ଟ
ଭଦ୍ରକ, ୧୦/୧୧ (ସଖପ୍ର) ସାମୂଦ୍ରିକ ଝଡବାତ୍ୟା ବୁଲବୁଲ ପ୍ରଭାବରେ ଚାଷୀ ଅଣନିଶ୍ୱାସୀ ହୋଇପଡିଛି । ଚଳିତ ବର୍ଷ ବହୁ ଘାତପ୍ରତିଘାତ ମଧ୍ୟରେ ଚାଷୀ ବ୍ୟାଙ୍କ, ସମବାୟ ସମିତି ଓ ସାହୁକାରଙ୍କ ଠାରୁ ଋଣ ଆଣି ମୁଣ୍ଡଝାଳ ତୁଣ୍ଡରେ ମାରି ଧାନ ·ଷ କରିଥିଲା । ବାରମ୍ବାର ଲଗାଣ ବର୍ଷାକୁ ମୁକାବିଲା କରି ଏଥର ଭଲ ଧାନ ମଧ୍ୟ ହୋଇଥିଲା । ଅମଳର ମାତ୍ର କେଇଦିନ ପୂର୍ବରୁ ଏପରି ଆକସ୍ମିକ ବାତ୍ୟା ବୁଲବୁଲ ସବୁକିଛି ଛାରଖାର କରିଦେଇଛି । ୮ ଓ ୯ ତାରିଖ ଦୁଇଦିନ ବ୍ୟାପୀ ତୁହାକୁ ତୁହା ଓ ୮୦ରୁ ୯୦ କି.ମି ବେଗରେ ପବନ ବୋହିବା ଫଳରେ ପ୍ରାକ୍ ଅମଳ ଧାନଗଛ ଧରାଶାୟୀ ହୋଇଯାଇଛି । କେଉଁଠି ପାଣିରେ ଧାନଗଛ ବୁଡି ରହିଥିବା ବେଳେ ଆଉ କେଉଁଠି ହିଡରେ ପାଣି ଲହଡି ମାରୁଛି । ମୋଟ୍ ଉପରେ କହିବାକୁ ଗଲେ ସମୂଦ୍ର ଅଶାନ୍ତ ଥିବାରୁ ଏହି ବର୍ଷା ଜଳର ନିଷ୍କାସନରେ ବାଧକ ସାଜୁଛି । ପାଗର ପ୍ରତିକୂଳ ହେତୁ ·ଷ କାର୍ଯ୍ୟ ବିଳମ୍ବରେ ହୋଇଥିଲା । ଗର୍ଭଣା ସଂକ୍ରାନ୍ତୀ ଠାରୁ ଧାନ ଥୋଡ ବାହାରିବା ଆରମ୍ଭ ହୋଇଥିଲେ ମଧ୍ୟ ବିଳମ୍ବ ଚାଷ ଯୋଗୁଁ ଅଧିକାଂଶ ଧାନର ଥୋଡ ଆହାର ନେଉଥିବା ବେଳେ ମାତ୍ରାଧିକ ପବନ ଓ ବର୍ଷା ସେଗୁଡିକୁ ନଷ୍ଟ କରିଦେଇଛି । ବୁଲବୁଲ୍ ପ୍ରଭାବରେ ଚାଳ ଛପର ଓ ଆଜବେଷ୍ଟସ୍ ଉଡିଯାଇଥିବା ବେଳେ ବୃହତ୍ ଗଛ ମଧ୍ୟ ଉପୁଡି ଯାଇଛି । ଗଛ ଉପୁଡି ରାସ୍ତା ଉପରେ ପଡିଥିବା ନେଇ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିବା ପରିଲକ୍ଷିତ ହୋଇଛି । ଦୁଇଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ରବିବାର କେତେକ ଅଞ୍ଚଳରେ ମରାମତି କରାଯାଇଥିବା ସୂଚନା ମିଳିଛି । ଗୋବିନ୍ଦପୁର ପଞ୍ଚାୟତର ୮ଟି ଖୁଣ୍ଟ ଭାଙ୍ଗିଥିବା ବେଳେ କୋହ୍ଲ ପଞ୍ଚାୟତର ୨ଟି ଭାଙ୍ଗି ଯାଇଛି । ଏଯାବତ ସେଗୁଡିକ ମରାମତି ହୋଇନଥିବାରୁ ଭାଗ୍ୟକୁ ଆଦରି ଅନ୍ଧାରରେ ରହୁଛନ୍ତି ବିପନ୍ନମାନେ । ବିଦ୍ୟୁତ ସେବା ପାଇଁ ପାନୀୟ ଜଳ ଯୋଗା ପ୍ରକଳ୍ପ ମଧ୍ୟ ବନ୍ଦ ରହିଛି । ବିଭାଗ ପକ୍ଷରୁ ସିନ୍ଦୋଳ ଓ ବାମନବିନ୍ଧା ପଞ୍ଚାୟତର ହିତାଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଧାନ ଚାଷର କ୍ଷୟକ୍ଷତି ଆକଳନ କରାଯାଇଛି । କୃଷି, ରାଜସ୍ୱ ଓ ଉଦ୍ୟାନ ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷେତ୍ରୀୟ ତଦନ୍ତ କରାଯାଇଛି । ଚଳିତ ବର୍ଷ ୨୦ ହଜାର ୬୪୦ ହେକ୍ଟର ଚାଷ ହୋଇଥିବା ବେଳେ ଏହି ବୁଲବୁଲରେ ୧୨ ହଜାର ୬୫୦ ହେକ୍ଟର ·ଷ ଜମି ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇିଛି । ରିପୋର୍ଟ ମୁତାବକ ତିହିଡି ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ବାରୋ, ବିଲଣା, ବୋଡକ, ମୁକୁନ୍ଦପୁର, କାଁପଡା, ଶ୍ୟାମସୁନ୍ଦରପୁର, ଗୋବିନ୍ଦପୁର, ବାରସର, ଭାଟପଡା, ସିନ୍ଦୋଳ, ମଙ୍ଗଳପୁର, ଫତେପୁର, କୋହ୍ଲ, ହରସିଂପୁର, ନୟାନନ୍ଦ, ମହରମପୁର, ପାଳିଆବିନ୍ଧା, ଗୁଆମାଳ, ବାମନବିନ୍ଧା, ଅଚକ, ବାହାବଳପୁର, ନରେନ୍ଦ୍ରପୁର, ତାଳପଦା, ତଳଗୋପବିନ୍ଧା, କୁବେରା ମୋଟ୍ ୨୫ଟି ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଥିବା ଜଣାଯାଇଛି । ଅନ୍ୟ ୬ଟି ଆଂଶିକଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହିପରି ବିଭିନ୍ନ ଅଞ୍ଚଳରେ ମୋଟ୍ ୩ ହଜାର ୮୦୬ଟି ଘରଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ସେଗୁଡିକ ଚିଠା ପ୍ରସ୍ତୁତ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବା ଲାଗି ବ୍ୟବସ୍ତା କରାଯାଉଛି ବୋଲି ବ୍ଲକ ପକ୍ଷରୁ ସୂଚନା ମିଳିଛି । ତେବେ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଗୁଡୁପାଳ, ଆରସା, ବିଦ୍ୟାଧରପୁର ଓ ଲିଙ୍ଗାଡି ରାଜସ୍ୱ ଗ୍ରାମରେ ଅଧିକ କ୍ଷୟକ୍ଷତି ହୋଇଥିବା ଦାବୀ ହୋଇଛି । ଦଶମୌଜା କେନାଲ ଓ ନାଗରାପିଟା ଜୋରରେ ପାଣି ଭରପୁର ଥିବାବେଳେ ଚଳିତ ବୁଲବୁଲରେ ଲଗାଣ ବର୍ଷା ଯୋଗୁଁ ·ଷ ଜମିରେ ପାଣି ବୁଡିରହିଛି । ଏହି ଅଞ୍ଚଳରେ ପ୍ରାୟ ୮୦ ଭାଗ ଧାନ ·ଷ ନଷ୍ଟ ହୋଇଥିବା ସରପଞ୍ଚ କିର୍ତ୍ତନ ରାଉତ, ·ଷୀ ହିମାଦ୍ରି ରାଉତରାୟ ଓ ଗଣେଷ ପ୍ରସାଦ ନାୟକ ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।