03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଧର୍ମଶାଳାର କଙ୍ଗାରୁ କୋର୍ଟରେ ଫଇସଲା: ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ନଦେବାରୁ ଗାଁରୁ ବିଦାହେଲେ ଦୁଇ ପରିବାର; ତିନି ଶିଶୁଙ୍କ ଶିକ୍ଷାରେ ଲାଗିଲାଡୋରି

ଧର୍ମଶାଳା, ୧୦/୧୧(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲା ଜେନାପୁର ଥାନା ଆନ୍ତର୍ଗତ ଚକ୍ରଧରପୁର ପଂଚାୟତ ବଲାଙ୍ଗିଆ ଗ୍ରାମରେ କଙ୍ଗାରୁ କୋର୍ଟର ରେ ଦଣ୍ଡିତ ହୋଇ ଦୁଇଟି ପରିବାରର ୧୫ରୁ ଅଧିକ ସଦସ୍ୟ ଛଅ ମାସ ହେବ ଗାଁ ଛାଡିଥିବା ଦେଖିବାକୁ ମିଳିଛି । ଉକ୍ତ ଗାଁର ଲକ୍ଷ୍ମଣ ଦାସ(୬୦)ଆଜକୁ ଦୀର୍ଘ ଦନ ଧରି ସପରିବାର ବାସ କରିଆସୁଥିଲେ । ଗାଁର ସବୁ ସମସ୍ୟାରେ ସେ ମୁରବୀ ଭାବରେ ଆଗୁଆ ହୋଇ କାମ କରନ୍ତି । ତାଙ୍କର ଚାରି ପୁଅ ବୋହୁ ସହିତ ସେମାନେ ମୁଲ ମଜୁରୀ ଖଟି ନିଜର ଜିବିକା ଅର୍ଜନ କରୁଥିଲେ । ୧/୫/୧୯ରେ କଙ୍ଗାରୁ କୋର୍ଟରେ ଗ୍ରାମର କିଛି ଲୋକ ତାଙ୍କ ପରିବାରକୁ ଗାଁ ଛାଡି ଚାଲିଯିବାକୁ ଧମକ ଚମକ ଦେଇଥିଲେ । ପରବର୍ତ୍ତୀ ଅବସ୍ତାରେ ଗ୍ରାମର କିଶାନ ପୁର୍ତ୍ତୀ,ମୋହନ ପୁର୍ତ୍ତୀ, ଅମାନ ପୁର୍ତ୍ତୀ, ବିଷ୍ଣୁ ମାନସିଂ, ବୀର ମାନସିଂ, ବାବୁଲୀ ପୁର୍ତ୍ତୀ, ଶୁକଦେବ କେଶରୀ, ରାଜୁ ଦାସ, ମହେଶ୍ୱର ମୁଣ୍ଡା, ବାଙ୍ଗୁ ପୁର୍ତ୍ତୀ , ଭାଗୀରଥି କେଶରୀ ଆସି ତାଙ୍କୁ ଗାଁରୁ ବାହାରି ଜିବାକୁ ବାଧ୍ୟ କରିବା ସହ ବାଡେଇ ପିଟି ବାହର କରିବାକୁ ଚେଷ୍ଟା କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ବିଧାନ ସଭା ନିର୍ବାଚନରେ ସେମାନେ ତାଙ୍କ ସମର୍ଥୀତ ଦଳକୁ ଭୋଟ ଦେଇନଥିବାରୁ ଏଭଳି ପରିସ୍ଥିତିି ଉପୁଯିଛି ।

ସେମାନେ ବିଗତ ନିର୍ବାଚନରେ ହାତୀ ଚିହ୍ନରେ ଭୋଟ ଦେବାକୁ ଗ୍ରାମରେ ସମସ୍ଥକୁ ଏକାଠି କରି ସଭା ବସାଇଥିଲେ । କିନ୍ତୁ ଏଥିରେ ଲକ୍ଷ୍ମଣ ଦାସ ଓ ବଇଦା ଦାସଙ୍କ ପରିବାର ସହମତି ପ୍ରକାଶ ନକରିବାରୁ ଗ୍ରାମବାସୀ ତାଙ୍କ ଉପରେ ଆକୋ୍ରଶ ମୂଳକ ଭାବରେ ସେମାନଙ୍କୁ ଗାଁରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଘଟଣା ଅନୁଯାଇ ପାଞ୍ଚବର୍ଷ ପୁର୍ବରୁ ସେହି ଗ୍ରାମରେ ରହୁଥିବା ଭାଗୀରଥି କେଶରି ତାଙ୍କ ପ୍ରଥମ ପତ୍ନୀ ଯେ କି ତିନୋଟି ସନ୍ତାନର ମା, ତାଙ୍କୁ ସେ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ବିଦା କରିଦେଇଥିଲେ । ସେ ଦୁଇଟି ପିଲାକୁ ନେଇ ଅଲଗା ମୁଲ ମଜୁରୀ କରି ଚଳୁଥିଲେ । ସେ ଆଉ ଜଣେ ଝିଆକୁ ଭଲ ପାଇବାରୁ ପ୍ରଥମ ପତ୍ନିକୁ ତାର ବାପା ଭାଇ ତା ପାଖାରେ ଛାଡିଥିଲେ । ହେଲେ ଭାଗୀରଥି ତାକୁ ଆଉ ଘରେ ନରଖି ଛାଡପତ୍ର ଦେବାକୁ କହିଥିଲେ । ତେଣୁ ପରିସ୍ଥିତିରେ ପଡି ନିଜର ଭବିଷ୍ୟତ ପାଇଁ କାର୍ତ୍ତୀକ ଦାସର ହାତ ଧରବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ଗାଁର ଏହି ଲୋକମାନେ ଦଶ ହଜାର ଟଙ୍କା ନେଇ ଭୋଜି ଭାତ ଖାଇ ତାଙ୍କର ବିବାହ କରାଇ ଲେଖାପଢ଼ା କରାଇଦେଇଥିଲେ । ଏବେ ସେ ପରିବାର ସହ ଖୁସିରେ ଥିବାର ପ୍ରକାଶ କରିଛନ୍ତି । ଭାଗୀରଥି କେସରୀ ତାଙ୍କୁ ଛାଡିବା ପରେ ଆଉ ଦୁଇଟି ବିବାହ କରି ଜଣକୁ ମଧ୍ୟ ଛାଡି ସାରିଥିବା ଜଣାଯାଇଛି । ତେବେ ଏହି ଘଟଣାକୁ ଏବେ ଇସ୍ୟୁ କରି ସେମାନେ ଲକ୍ଷ୍ମଣ ଦାସକୁ ଗାଁରୁ ତଡିବାକୁ ସ୍ଥିର କରି ତାଙ୍କ ଘରପାଖକୁ ଯାଇ ତୁରନ୍ତ ଘର ଛାଡିବାକୁ ନିଦେ୍ର୍ଦଶ ଦେଇଥିଲେ । ଲକ୍ଷ୍ମଣ ଦାସଙ୍କୁ ଧକା ତଣ୍ଟିଆ ମାରିବା ସହିତ ଗାଁ ନଛାଡିଲେ ସପରିବାରେ ମାରିଦେବାକୁ ଧମକ ଦେଲେ । ଘରୁ ବାହାରିଲେ ବାଡେଇବା ପାଇଁ ଘର ସମ୍ମୁଖରେ ଉପର ଲିଖିତ ଲୋକମାନେ ଜଗି ରହିଥିବା ଲକ୍ଷ୍ମଣ ଜେନାପୁର ଥାନାରେ ଲିଖିତ ଏତେଲା ଦେଇଥିଲେ ବୋଲି କହନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *