06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୀଳଗିରି, ୧୧/୧୧ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଞ୍ଚିବଣିଆ ଗାଁରେ ସୋମବାର ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ଉକ୍ତ ଗାଁର ଜଳଧର ସିଂଙ୍କ ପତ୍ନୀ ମାମା (୨୩)। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡ଼ିକାଲକୁ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରାୟ ଦିନ ୨ଟା ସମୟରେ ମାମା ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଲୁଚି ଥିବା ଏକ ଭାଲୁ ତାଙ୍କ ଡ଼ାହାଣ ହାତକୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା। ମାମାଙ୍କ ଚିତ୍କାର ଶୁଣି ପତ୍ର ତୋଳାଳିମାନେ ପହଞ୍ଚି ଯିବାରୁ ଭାଲୁଟି ଜଙ୍ଗଲ ଭିତରକୁ ପଳାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *