02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁବକଙ୍କୁ ଧକ୍କା ଦେଲା ବାଇକ୍ ଦୁଇ ଗୁରୁତର ଆହତ

କବାଟବନ୍ଧ, ୧୧/୧୧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ କଲାଣ୍ଡଗ୍ରାମ ନିକଟରେ ଆଜି ଏକ ବାଇକ୍ ଜଣେ ଯୁବକକୁ ଧକ୍କା ଦେଇଥିଲା । ଘଟଣାରୁ ପ୍ରକାଶ ଯେ ଗଁଦି ଥାନା ଅଧିନ ଗୋଡିବାରି ଗ୍ରାମର ପ୍ରଦୀପ ସାହୁ ନାମକ ଜଣେ ଯୁବକ କଳିଙ୍ଗ ନଗର ସ୍ଥିତ ଟାଟା କମ୍ପାନୀରେ ଜଣେ ରିଗର ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ସେ ଆଜି ସକାଳେ ସବୁଦିନ ପରି ମଧ୍ୟ ସେହି ରାସ୍ତା ଦେଇ ଜୀବା ସମୟରେ କଲାଣ୍ଡ ଗ୍ରାମ ବନ୍ଧ ଗଡାଣି ରାସ୍ତା ପାଖରେ ସେହି ଗ୍ରାମର ଜଣେ ଯୁବକ ଅନ୍ୟମନସ୍କ ଥିବା ହେତୁ ବାଇକ୍ ଚାଳକ ଭାରସାମ୍ୟ ହରାଇ ଯୁବକକୁ ଧକ୍କା ଦେଇଥିଲା ଯାହା ଫଳରେ ଦୁଜଣ ନଦୀ ବନ୍ଧ ତଳକୁ ଛିଟିକି ପଡ଼ିଥିଲେ ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସଂଗେ ସଂଗେ ସେଠାରେ ଥିବା କିଛି ଯୁବକ ମାନେ ସେମାନଙ୍କୁ ବନ୍ଧ ତଳୁ ଉଠାଇ ଆଣି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ପ୍ରଦୀପ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଗ୍ରାମରୁ ଆସିଥିବା ଏକ ବୋଲେରୋ ମାଧ୍ୟମରେ ତାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସାରୁ ଜଣା ପଡିଲା ଯେ ତାଙ୍କର ଛାତିର ପଞ୍ଜରା ଓ ଅଣ୍ଟା ଭାଙ୍ଗିଯାଇଛି । ସେଠାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରିଥିଲେ ।ଏପଟେ ଅନ୍ୟ ଯୁବକ ଜଣକୁ କବାଟବନ୍ଧ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଗାଡିଟିକୁ ଜବଦ କରି ତଦନ୍ତ କରୁଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *