ଡ୍ରାଇଭିଙ୍ଗ ଲାଇସେନ୍ସ ନେବାକୁ ନିଜେ ଏସ୍ପି ସାଦା ବେଶରେ ଦଲାଲ ପାଖରେ ମୂଲଚାଲ କରି ଧରିଲେ
ନୟାଗଡ: (ସଖପ୍ର) ଆରଟିଓ ଅଫିସରୁ ଦଲାଲ ମୁକ୍ତ କରିବାକୁ ବିଭାଗ ଦ୍ୱାରା ଜୋରଦାର ଚେଷ୍ଟା ଚାଲିଛି ,ବହୁ ଦଲାଲ ମଧ୍ୟ ଗିରଫ ହେଲେଣି । ତଥାପି ଦଲାଲ ମୁକ୍ତ ହେଇପାରୁନି ଅଫିସ । ତେବେ ଦଲାଲଙ୍କୁ ଧରିବା ପାଇଁ ନିଜେ ଏସ୍ପି ସାଦା ବେଶରେ ଜାଇ ମୁଲଚାଲ କରି ଦଲାଲକୁ ଧରିବା ଏବେ ସାରା ସହରରେ ଚର୍ଚା ହେଇଛି । ସୂଚନା ଅନୁଯାଇ ଘଟଣାଟି ନୟାଗଡର । ଏସ୍ପି ଶଶିଭୂଷଣ ଶତପଥୀ ନିଜେ ସାଦା ବେଶରେ ପହଁଚି ଜଣେ ବ୍ୟକ୍ତିଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ପଚାର ଉଚରା କରିଥିଲେ ,ସାମ୍ନାକୁ ଆସିଥିଲେ ଦଲାଲ ମୂରଲୀଧର ରାଉତ। ଏଥିପାଇଁ ଅଧିକ ଅର୍ଥ ଦେବାକୁ ପଡିବ ବୋଲି ଦଲାଲ ଜଣଙ୍କ ଏସ୍ପିଙ୍କୁ କହିଥିଲେ କିନ୍ତୁ ତାଙ୍କୁ ଜଣା ନଥିଲା ସେ ଏସ୍ପି ଥିଲେ ବୋଲି । ପଇସା ନେଉଥିବା ବେଳେ ଏସ୍ପି ନିଜେ ତାଙ୍କୁ ଗିରଫ କରିଛନ୍ତି । ଦଲାଲ ପାଖରୁ ନଗଦ ୫୦ ହଜାରରୁ ଉର୍ଦ୍ଧ୍ବଟଙ୍କା ଜବତ କରାଯାଇଛି । ଏସ୍ପିଙ୍କର ଏଭଳି ଅଚାନକ ଚଢ଼ାଉ, ତାହା ପୁଣି ସାଦା ବେଶରେ ସମସ୍ତଙ୍କୁ ଚକିତ କରିଥିବା ବେଳେ ସବୁ ମହଲରୁ ପ୍ରଶଂସା କରାଯାଉଛି ।