Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟଜିଲ୍ଲା ଲମତାପୁଟବ୍ଲକ ଡୁଡୁମାଠାରେ ଲୋକମହୋତ୍ସବ’ପରବ’ ଉଦଘାଟନ ସମାରୋହ

1 min read

କୋରାପୁଟଜିଲ୍ଲା ଲମତାପୁଟ ବ୍ଲକ ଡୁଡୁମା ଠାରେ ଆଜି ଲୋକମହୋତ୍ସବ ପରବର ଉଦଘାଟନ ଅନୁଷ୍ଠିତ ହୋଇଛି।ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାକୁ ଆଜିକୁ ୨୪ବର୍ଷ ତଳେ ଏହି ଲୋକ ମହୋତ୍ସବ ଆରମ୍ଭ ହୋଇଥିଲା।ଡୁଡୁମା ଜଳପ୍ରପାତ ନିକଟ ପାତାଳେଶ୍ୱରୀ ମନ୍ଦିର ନିକଟରୁ ମଶାଲ ବାହାର କରାଯାଇ ଏକ ଶୋଭାଯାତ୍ରାରେ ବାରଙ୍ଗବାଡି ସ୍କୁଲ ପଡିଆକୁ ଅଣାଯାଇଥିଲା।ଏଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଅନୁଷ୍ଠିତ ହୋଇଥିଲା।ଆଦିବାସୀ ନୃତ୍ୟଗୀତର ତାଳେତାଳେ ପରବ ମଶାଲକୁ ଅଣାଯାଇଥିଲା ବେଳେ ପରେ ସମସ୍ତ ବ୍ଲକ ପୌରାଞ୍ଚଳରୁ ଆସିଥିବା ପ୍ରତିନିଧି ମଶାଲ ନେଇ ଯାଇଥିଲେ।ଏହି ଅବସରରେ ପରବର ପୋଷ୍ଟର ଉନ୍ମୋଚନ କରାଯାଇଥିଲା।ପରେ ନାଚଗୀତରେ ପରବ ମଞ୍ଚ କଂପିଉଠିଥିଲା।ଢେମସାରୁ ଆରମ୍ଭ ହୋଇ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତରେ ଦୁଇ ଘଣ୍ଟା ଧରି ବିଭୋର ହୋଇଥିଲେ ଉପସ୍ଥିତ ଥିବା ଦେଖଣାହାରୀ।୨୩ତାରିଖରୁ ବିଭିନ୍ନ ପଞ୍ଚାୟତ ସ୍ତରରେ ପରବ ପାଳିତ ହେବ।ପରେ ନଭେମ୍ବର ୧୬ତାରିଖରୁ ରଜ୍ୟସ୍ତରୀୟ ଲୋକମହୋତ୍ସବ କୋରାପୁଟ ସଦର ମହକୁମାରେ ଅନୁଷ୍ଠିତ ହେବ।ଏହି ଉଦଘାଟନ ମହୋତ୍ସବରେ ଅତିଥି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ,କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା,ପଟାଙ୍ଗୀ ବିଧାୟକ ପୀତମ ପାଡୀ,ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ତୁଳସୀ କିର୍ସାନୀ,ଉପାଧ୍ୟକ୍ଷା ନାର୍ସୁଲ କାମୁଡି,ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ,ଡିଏଫଓ ରିଙ୍କୁ କୁମାରୀ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,ପୂର୍ବତନ ସାଂସଦ ଝୀନ ହିକକା,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,ନିମାଇଁ ସରକାର, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର,ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,ଲମତାପୁଟ ବିଡିଓ ତ୍ରିନାଥ ମାଝୀ,ତହସିଲଦାର ସ୍ନେହପ୍ରଭା ମାଝୀଙ୍କ, ଓ୍ବାଟରସେଡ ପିଡି ଭବାନୀ ଶଙ୍କର କାଲୋ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଶଙ୍କର ପ୍ରହରାଜ ଓ ମନୋଜ କୁମାର କାମୁଡି ଉଦଘାଟନୀ ଉତ୍ସବକୁ ପରିଚାଳନା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *