Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

‘ମୋ ସରକାର’କୁ ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ,କହିଲେ ମୋ ସରକାର କେବଳ ଏକ ଭଣ୍ଡାମୀ

1 min read

ଭୁବନେଶ୍ୱର: ‘ମୋ ସରକାର’କୁ ନେଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ବିସ୍ଫୋରକ ବୟାନ । କହିଲେ ମୋ ସରକାର କେବଳ ଏକ ଭଣ୍ଡାମୀ । ରାଜ୍ୟ ସରକାର ଏହି ଯୋଜନା ନାଁରେ କେବଳ ଭଣ୍ଡାମୀ କରୁଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମ କେବଳ କ୍ଷମତା ଦଖଲ କରିବା ଓ ଭୋଟ କିଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା କହିଛନ୍ତି ପ୍ରତାପ ।

ସେ ଆହୁରି କହିଛନ୍ତି ଯେ, ଯେଉଁଠି ମେଡିକାଲରେ ଡାକ୍ତର ନାହାନ୍ତି ଏବଂ ସଠିକ୍‌ ଭାବେ ରୋଗୀଙ୍କୁ ଔଷଧ ମିଳିପାରୁନି ସେଠି ଗରିବ ଲୋକମାନେ କିଭଳି ସ୍ୱାସ୍ଥ୍ୟ ସେବା ପାଇବେ । ରାଜ୍ୟରେ ଏବେ ବି ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତିରେ ରହିଥିବା ସେ କହିଛନ୍ତି । ମେଡିକାଲରେ କେବଳ ସିଟ୍‌ ସଂଖ୍ୟା ବଢ଼ିଲେ କିଛି ଫାଇଦା ହେବ ନାହିଁ, ମେଡିକାଲ କଲେଜରେ ଯାହା ଭିତ୍ତିଭୁମି ଆବଶ୍ୟକ ତାହା ରହିବା ଦରକାର ବୋଲି ପ୍ରତାପ କହିଛନ୍ତି । ଏବେ ଯେଉଁ ମେଡିକାଲ କଲେଜ ରହିଛି ସେଥିରେ ଆବଶ୍ୟକ ଅନୁଯାୟୀ ଅଧ୍ୟାପକ ନାହାନ୍ତି । ଯାହାକି ଏକ ବଡ଼ ସମସ୍ୟା । ମେଡିକାଲ କଲେଜରେ ସିଟ୍ ବଢିବା ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ବେଳେ ସେଠାରେ ଭିତ୍ତିଭୂମି ଓ ଅଧ୍ୟାପକ ନିଯୁକ୍ତିକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରତାପ ।

ସେହିଭଳି ପାଣ୍ଡିଆନ୍‌ଙ୍କ ତୋଫାନି ଗସ୍ତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ । ସେ କହିଛନ୍ତି ଆଗରୁ ସଚିବମାନେ ଫିଲ୍ଡ ଭିଜିଟ୍‌ କରୁ ନଥିଲେ । କିନ୍ତୁ ଏବେ କରୁଛନ୍ତି । ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ହେଲେ ରାଜ୍ୟ ସରକାରଙ୍କ 5T ହେଉଛି ଏକ ଧୂଆଁ ବାଣ । 5T ନାଁରେ ବୁଲିବା ଓ ବାହା ବାହା ନେବା ଉଚିତ୍‌ ନୁହେଁ । 5Tର ଟ୍ରାନ୍ସପେରନ୍ସି ଓ ଟିମ୍‌ଓ୍ଵାର୍କ ନଥିବା ବେଳେ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ମଧ୍ୟ ନାହିଁ ।

ରାଜ୍ୟରେ ସଚିବ ଆଧାରିତ ସରକାର ଚାଲିଛି । କେବଳ ଝଟ୍‌କା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ଦେଖେଇ ହେବା ପାଇଁ ଆକ୍ସନ ନିଆଯାଉଛି । ସବୁ ବିଭାଗରେ ଲାଗୁ ହେଇପାରିବ ନାହିଁ 5T, କାରଣ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନାହିଁ । ଆଜିବି ରାଜ୍ୟର ଆର୍ଥିକ ସ୍ଥିତି ବିପଦ୍‌ଜନକ ଅବସ୍ଥାରେ ରହିଛି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *