Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ମୁଖଦ୍ୱାରର ବସଷ୍ଟାଣ୍ଡ ଅବସ୍ଥା ଠିକ ନାହିଁ …

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର ମୁଖଦ୍ୱାର ହେଉଛି ଗୋବିନ୍ଦପାଲ୍ଲୀ |ପୂର୍ବତନ ଜିଲ୍ଲାପାଳ ଶ୍ରୀ ବଳବନ୍ତ ସିଂ ଜିଲ୍ଲାର ମୁଖଦ୍ୱାରରେ ଗୋଟିଏ ଭଲ ବସଷ୍ଟାଣ୍ଡ କରିବାକୁ ଖଇରପୁଟ ବ୍ଲକର ବି ଡି ଓ ଙ୍କୁ କହିଥିଲେ |ତାପରେ ସେଠାରେ ଗୋଟିଏ ବସଷ୍ଟାଣ୍ଡ ତିଆରି କରାଗଲା |୩ ବର୍ଷ ହେଲାଣି ଉଦଘାଟନ କରାଯାଇଛି |କିନ୍ତୁ ଏବେ ପର୍ଯ୍ୟନ୍ତ ଠିକଭାବେ ବସଷ୍ଟାଣ୍ଡ କାର୍ଯ୍ୟକାରି ହୋଇନାହିଁ |ସେଠାରେ ଥିବା ଷ୍ଟଲ ଗୁଡିକ ମଧ୍ୟ ଖୋଲିନାହିଁ |ସବୁ ବସ ବସଷ୍ଟାଣ୍ଡରେ ରହୁନାହିଁ |ପଂଚାୟତଦ୍ୱାରା ବସଷ୍ଟାଣ୍ଡର ତଦାରଖ ଠିକ ଭାବେ ହେଉନାହିଁ |ଏବେ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଚାଲିଛି କିନ୍ତୁ ଗୋବିନ୍ଦପାଲ୍ଲୀରେ ଏହାର ବ୍ୟତିକ୍ରମ ଦେଖାଦେଇଛି |ବସଷ୍ଟାଣ୍ଡର ଚାରିଆଡେ ଅଳିଆ ଓ ବାଲି ପଡିଛି |ଦେଖିବାକୁ ବାକିରହିଲା ଅଂଚଳବାସୀ କେବେ ସଚେତନ ହେଉଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *