Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ

1 min read

ରାୟଗଡା,୧୩/୧୦ (ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ଜିଲ୍ଳା ସମେତ ଏହାର ଆଖପାଖ ପଡୋଶୀ ଜିଲ୍ଳାର ସାଧାରଣ ଜନତା ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରୁଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଓ ଅସହାୟ ରୋଗୀ ଓ ତାଙ୍କ ସଂପର୍କୀୟମାନେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପାଇଁ ନାହିଁ ନ ଅସୁବିଧା ଭୋଗିବା ସମେତ ଏ ବାବଦକୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତରେ ମୁଖ୍ୟ ଚିକିତ୍ସାଳୟଗୁଡିକକୁ ଆସୁଥିବା ରୋଗୀ ଓ ତାଙ୍କ ସଂର୍ପକୀୟମାନଙ୍କ ପାଇଁ ଆହାର କେନ୍ଦ୍ରଗୁଡିକରେ ୫ଟଙ୍କିଆ ଡାଲମା ଭାତର ବ୍ୟବସ୍ଥା କରିଥିବା ବେଳେ ଅଧିକାଂଶ ଲୋକେ ଏହି ସମ୍ବନ୍ଧରେ ଅଧିକା ଅବଗତ ନ ଥିବାରୁ ଏହାର ସୁବିଧା ସୁଯୋଗ ନେଇ ପାରୁୁନାହାନ୍ତି ।
ଏହି ପରିପ୍ରେକ୍ଷୀରେ ରାୟଗଡା ପୈାର ପରିଷଦ ଆନୁକୂଲ୍ୟରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ସାଥି, ଗୋଷ୍ଠୀ ସଙ୍ଗଠିକା, ପୈାର ପରିଷଦର ପରିମଳ ନିରୀକ୍ଷକ ପି.ବାଲାରାଜୁ, ହିସାବ ରକ୍ଷକ ନିରଂଜନ ସାହୁ ଓ ଅନ୍ୟ କର୍ମଚାରୀ ବୃନ୍ଦ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଥିବା ଗରିବ ତଥା ଅସହାୟ ଲୋକମାନଙ୍କୁ ଆହାର କେନ୍ଦ୍ରର ସୁବିଧା ସୁଯୋଗ ନେବା ପାଇଁ ପ୍ରବର୍ତାଇ ଥିଲେ । ଏଥିରେ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତାମାନେ ସହଯୋଗ କରିଥିଲେ । ଆହାର କେନ୍ଦ୍ରର ଲାଭ କିଭଳି ଗରିବ ଲୋକମାନେ ଅଧିକରୁ ଅଧିକ ଉଠାଇ ପାରିବେ ସେଥିପାଇଁ ପୈାର ପରିଷଦ ତରଫରୁ ପ୍ରୟାସ ଜାରି ରଖାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

1 thought on “ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ

Leave a Reply

Your email address will not be published. Required fields are marked *