Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ସବୁବର୍ଗ ଖବର” ସମ୍ବାଦପତ୍ରର ବାର୍ଷିକୋତ୍ସବ ଅନୁଷ୍ଠିତ

1 min read

ଜୟପୁର (ସଖପ୍ର):କୋରାପୁଟଜିଲ୍ଲା ଜୟପୁର ସହରରୁ ପ୍ରକାଶିତ “ସବୁବର୍ଗ ଖବର” ସମ୍ବାଦପତ୍ରର ଚତୁର୍ଥ ବାର୍ଷିକୋତ୍ସବ ଜୟପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଜାତୀୟ ଉପସଭାପତି ଶ୍ରୀ ବିନୋଦ ମହାପାତ୍ର, ମୁଖ୍ୟବକ୍ତା ରାଜ୍ୟପାଳ ପୁରଷ୍କୃତ ଅବସରପ୍ରାପ୍ତ ଶିକ୍ଷାବିତ ଶ୍ରୀ ସୁରେନ୍ଦ୍ର ପଟ୍ଟନାୟକ, ସମ୍ମାନୀୟ ଅତିଥି ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରୂପଚନ୍ଦ୍ର ସୋରେନ୍ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି କୃଷ୍ଣଚନ୍ଦ୍ର ହୋତା ସ୍ବାଗତ ଭାଷଣ ଦେଇଥିଲେ ଓ ଅତିଥି ଆମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି କହିଲେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଆଜିର ଦିନରେ ବଞ୍ଚିରହିବା ବହୁତ କଷ୍ଟକର ହୋଇପଡିଛି। ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡିଲେ ବିଜ୍ଞାପନ ମିଳିବ ଓ ସମ୍ବାଦପତ୍ର ବଞ୍ଚିରହିପାରିବ। ସେ ଆହୁରି କହିଲେ ନଭେମ୍ବର ୧୨ ତାରିଖରେ ମହାରାଷ୍ଟ୍ରର ସୋଲାପୁରରେ ଆସୋସିଏସନର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜ୍ଞାପନ ସମ୍ବନ୍ଧରେ ହୋଇଥିବା ଦାବୀଗୁଡିକୁ କେନ୍ଦ୍ରସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଠାରେ ଆସୋସିଏସନ ତରଫରୁ ଉପସ୍ଥାପନ କରାଯାଇଛି। ଶିକ୍ଷାବିତ ଶ୍ରୀ ପଟ୍ଟନାୟକ ମୁଦ୍ରିତ ଗଣମାଧ୍ୟମ ଯୁଗ ଯୁଗ ଧରି ବଞ୍ଚି ରହିବ ବୋଲି କହିଥିବାବେଳେ ଶ୍ରୀ ସୋରେନ୍ ସବୁବର୍ଗ ଖବରର ସମ୍ବାଦ ପରିବେଷଣର ଶୈଳୀକୁ ପ୍ରଶଂସା କରିଥିଲେ। ଶେଷରେ ସମ୍ବାଦପତ୍ରର ସଂପାଦକ ଶ୍ରୀ ଚନ୍ଦ୍ରକାନ୍ତ ସୁତାର ସମ୍ବାଦପତ୍ର ଚଳାଇବା ସମୟର ଅନୁଭୂତି ପ୍ରକାଶସହ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଗୌଡ, ଆଇନଜୀବୀ ଡ଼ ଗାୟତ୍ରୀ ଦେବୀ, ପିଆରଏର ଦେବେନ୍ଦ୍ର ବାହିନୀପତି, କବିରାଜ ପରମେଶ୍ବର ପାତ୍ର ଓ ସହରର ବହୁ ବୁଦ୍ଧୀଜୀବି ଉପସ୍ଥିତ ଥିଲେ। ଶେଷରେ ସାମ୍ବାଦିକ ସନ୍ତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ଅଶୋକ ମହାରଣାଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ କବୟତ୍ରୀ କବିତା ସାହୁ ଓ ସରସ୍ବତୀ ସାହୁ ସଂଯୋଜନା କରିଥିଲେ। ତିରିଶରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ କବି ଅଶୋକ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *