Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ଼ ଏନ୍ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

1 min read

କୋରାପୁଟଜିଲ୍ଲା (ସଖପ୍ର):କୋଟପାଡ଼ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ନୂତନ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ଶଙ୍କର ସେଠି ଯୋଗଦାନ କରି ତାଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି।ଏଥିପୂର୍ବରୁ ସେ ଛତ୍ରପୁର ଏନ୍ ଏ ସି ରେ କାର୍ଯ୍ୟରତ ଥିଲେ। କୋଟପାଡ଼ରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କୁ କୋରାପୁଟ ବଦଳି ହୋଇଥିବା ଜଣାପଡିଛି। ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୋଟପାଡ଼ ସହରର ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ, ରାସ୍ତାଘାଟ,ପାନୀୟ ଜଳ, ରାସ୍ତାଘାଟ ବିଦ୍ୟୁତ୍ କରଣ ଇତ୍ୟାଦି କରି କୋଟପାଡ଼ ସହରରେ ବେଶ୍ ପ୍ରଶଂସିତ ହୋଇଥିବାବେଳେ କୋଟପାଡ଼ ସହରକୁ ଏକ ନମ୍ୱର୍ ଏନ୍ ଏ ସି ଭାବରେ ପ୍ରତିଷ୍ଠିତ କରେଇବାରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ। ଏଥିପାଇଁ କୋଟପାଡ଼ ଜନସାଧାରଣଙ୍କ ସେ ବେଶ୍ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *