Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୫ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେବ ରାଜ୍ୟ ଉଦ୍ୟୋଗୀ ସପ୍ତାହ

1 min read

ମାଲକାନଗିରି (ସଖପ୍ର ):ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇର ଅବଦାନ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ | ରୋଜଗାର ସୃଷ୍ଟି, ରପ୍ତାନି, ଆଞ୍ଚଳିକ ପାର୍ଥକ୍ୟ ହ୍ରାସ କରିବାରେ ଏମଏସଏମଇ କ୍ଷେତ୍ରର ଅବଦାନ ଅତୁଳନୀୟ। ଏମଏସଏମଇର ଚତୁର୍ଥ ଜନଗଣନା ଅନୁଯାୟୀ, ଓଡିଶା ରାଜ୍ୟରେ ୧.୫୭ ନିୟୁତ ଏମଏସଏମଇ ପ୍ରାୟ ୩.୩୨ ନିୟୁତ ଲୋକଙ୍କୁ ନିଯୁକ୍ତି ଯୋଗାଇଛି । ଯାହା କୃଷି କ୍ଷେତ୍ର ପରେ ସର୍ବ ବୃହତ ରୋଜଗାରର ଉତ୍ସ ଅଟେ । ତେଣୁ ତୃଣମୂଳ ସ୍ତରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ ତଥା ଉତ୍ସାହିତ କରିବା ପାଇଁ ଜିଲ୍ଲାରେ ୫ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ଉଦ୍ୟୋଗୀ ସପ୍ତାହ ଆୟୋଜନ କରାଯାଉଛି ବୋଲି ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହା ପ୍ରବନ୍ଧକ , ଶ୍ରୀ ତରୁଣକାନ୍ତି ମହାନ୍ତୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବିଜୁ ପଟ୍ଟନାୟକଙ୍କୁ ଓଡିଶାର ଶିଳ୍ପ ଅଭିବୃଦ୍ଧିର ଅଗ୍ରଦୂତ ଭାବରେ ବିବେଚନା କରାଯାଏ । ତେଣୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶା ରାଜ୍ୟ ଉଦ୍ୟୋଗୀ ସପ୍ତାହ ପାଳନ କରୁଛି । ଏହି ଅବସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୩୦ ଟି ଷ୍ଟଲ ନିର୍ମାଣ କରାଯିବ, ଯେଉଁଥିରେ ହିତାଧିକାରୀମାନେ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ୧୦୪ ଜଣ ହିତାଧିକାରୀଙ୍କୁ ରଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଧା ୬୧ ଜଣଙ୍କୁ ରଣ ରାଶି ମିଳିସାରିଛି । ଆଶାୟୀ ଉଦ୍ୟୋଗୀ ପିଏମଏଫଏମଇ ଏବଂ ପିଏମଇଜିପି ଯୋଜନା ରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ଉତ୍ପାଦନ କ୍ଷେତ୍ର ସ୍ଥାପନ କରିବାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଯାହା ଫଳରେ ଅନେକ ଲୋକ ସ୍ବାବଲମ୍ବୀ ହୋଇପାରିବେ ଏବଂ ଏହା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଆଇପିଓ, ଶୁଭଶ୍ରୀ ଦଣ୍ଡପାଟ ଏବଂ ଚାମ୍ବର ଅଫ କମର୍ସ ସଭାପତି ସୁରେଶ କୁମାର ସୁମାନୀ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

4 thoughts on “୫ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେବ ରାଜ୍ୟ ଉଦ୍ୟୋଗୀ ସପ୍ତାହ

  1. I would like to thank you for the efforts you have put in penning this website. I really hope to check out the same high-grade content from you later on as well. In truth, your creative writing abilities has encouraged me to get my own, personal website now 😉

Leave a Reply

Your email address will not be published. Required fields are marked *