Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୩୧ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୨ଜଣ ଗିରଫ

1 min read


ଭଦ୍ରକ ୨୭/୦୪(ସଖପ୍ର): ଭଦ୍ରକ ବାଇପାସ ଅଞ୍ଚଳରୁ ୩୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ଓ ଦୁଇଜଣ ଗିରଫ ହୋଇଛନ୍ତି।ଏହି ଅଞ୍ଚଳରେ ବ୍ରାଉନ ସୁଗାର କଳାବଜାରୀ ହେଉଥିବା ସାଧାରଣ ଲୋକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ରାଉନ ସୁଗାର ଚୋରାବିକ୍ରି ଦ୍ବାରା ଯୁବଗୋଷ୍ଠି ବିନାଶ ଆଡକୁ ଗତି କରୁଛନ୍ତି। ବାଇପାସ ଅଞ୍ଚଳରେ ବ୍ରାଉନ ସୁଗାର ବେପାର ହେଉଥିବା ଖବର କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଏକ ଟିମ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି । ଦୁଇ ଯୁବକ ବ୍ରାଉନ ସୁଗାର ବେପାର କରିବା ପାଇଁ ନେଉଥିବା ବେଳେ, କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଏକ ଟିମ ଚଢ଼ାଉ କରିଥିଲା। ସେମାନଙ୍କ ନିକଟରୁ ୩୧ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି।ଏମାନେ କେତେଦିନ ହେଲା ଏହି ବେପାର କରୁଥିଲେ ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ତଦନ୍ତ ପରେ ଜଣାପଡିବ।ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ତିହିଡି କୁବେରା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ସହ ଆଉ କେଉଁ ସହଯୋଗୀମାନଙ୍କ ହାତ ରହିଛି କିମ୍ବା ଏମାନେ ଆଉ କାହାର ହାତବାରିସୀ ହୋଇଛନ୍ତି କି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *