Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୦୦ ବର୍ଷ ପରେ ବୋରିଗାଁ ଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ

1 min read

ନବରଙ୍ଗପୁର (ସଖପ୍ର):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ଦୀର୍ଘ ୧୦୦ ବର୍ଷ ପରେ ବାଲିଯାତ୍ରା ଉତ୍ସବ ଆରମ୍ଭ କରାଯାଇଛି। ଏହି ବାଲିଯାତ୍ରା ଉତ୍ସବ ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଓ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ପରିଷଦ ଧନସିଂ ଭତ୍ରା, ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବରିଗାଁ ସରପଞ୍ଚ ଶୁକ୍ରୁ ଭତ୍ରା ପ୍ରମୁଖ ଙ୍କୁ ପୁଷ୍ପମାଲ୍ୟ ଦେଇ ବାଲିଯାତ୍ରା ହେବା ସ୍ଥାନକୁ ପାଛୋଟି ନେଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ବାଲିଯାତ୍ରା ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ। ବାଲିଯାତ୍ରାର ନିମନ୍ତେ ମହାପଟୁଆରରେ କଳସରେ ଜଳ ଆଣି ପୁଜାର୍ଚନା ହେବାପରେ ଦେବା ଦେବୀଙ୍କ ପ୍ରତୀକ ଲାଠି,କୁର୍ଚି, ମଣ୍ଡପରେ ରଖାଜାଇ ପୁଜା ଆରମ୍ଭ ହେଲା।

ପୁଜାରୀମାନଙ୍କ ମଧ୍ୟରେ ମୁଠା ପୁଜାରୀ ସୁକାଲୁ,ଅମନିତ ଡୁମା ପୁଜାରୀ ସୁକମନ,ମାଟି ପୁଜାରୀ ଜଗା,ମା ପେଣ୍ଡ୍ରାଣୀ ପୁଜାରୀ ସୁନାଧର,ମହପାପୁଜାରୀ ମହାଦେବ , ରାଜେନ୍, ଧନୁର୍ଜୟ୍, ମୋତିରାମ, ସଦନ,ଶୀରାମାନେ ଫଗୁନୁ ସୋମନାଥ ସନସାଇ, ଗୋବିନ୍ଦ, କେତନ, ଦୁର୍ଗା,ଶୁକ୍ରୁ ଓ ଅନନ୍ତରାମ ପ୍ରମୁଖ ଯୋଗଦେଇ ଥିବା ବେଳେ ଗ୍ରାମର ଦଶମୁ କଲାର,ଡମୁ ପୁଜାରୀ,ଇଶ୍ଵର ଭତ୍ରା,କ୍ରୁଷ ପନକା,ଅମୁଲ୍ୟ ନାୟକ,ଚନ୍ଦ୍ର ପନକା,ଧନସିଂ ପନକା,ସୋନୁ ଗୁପ୍ତା,ଟିନୁ ଗୁପ୍ତା,ଅଯୋଧ୍ୟା ମାଳି ପ୍ରମୁଖ ଗ୍ରାମର ଭଦ୍ରବ୍ୟକ୍ତି ସହଯୋଗ କରିଥିଲେ। ବୋରିଗାଁ ମୁଠା କୁପରିଆ ଓ ହିରାପୁର ଏଇ ଦୁଇ ମୁଠାରୁ ମୋଟ ୯୩ ଟି ମୌଜାରୁ ବହୁ ସଂଖ୍ୟାରେ ଲାଠି, କୁର୍ଚି ଆସି ପହଞ୍ଚି ଯାଇଛି।ଏହି ବାଲିଯାତ୍ରା ୩ମାସ ପର୍ଯ୍ୟନ୍ତ ଚାଲିବ।

ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ

ସବୁବର୍ଗ ଖବର

1 thought on “୧୦୦ ବର୍ଷ ପରେ ବୋରିଗାଁ ଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *