Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହତ୍ୟା ଅଭିଯୋଗରେ କିନ୍ନରଙ୍କ ସହିତ ୭ ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ

1 min read

ଯାଜପୁର ୧୩/୦୯(ସଖପ୍ର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସାନସୋତି ଗ୍ରାମର ଦୁଇ ଯୁବକକୁ ହତ୍ୟା କରିବା ଘଟଣା ଯାଜପୁର ଜିଲ୍ଲା ପୋଲିସ ପାଇଁ ଅଡ଼ୁଆ ସୁତା ଛନ୍ଦି ହୋଇଥିବା ବେଳେ, ଏହି ଦୁଇ ଯୁବକଙ୍କୁ ହତ୍ୟା କରିବା କିଛି ଦିନ ପୂର୍ବରୁ ଗୋଲେଇ ଛକ ଘଟିଯାଇଥିବା ଦୁଇ ଯୁବକଙ୍କ ହତ୍ୟା ଘଟଣା ଯାଜପୁର ଜିଲ୍ଲା ଏସପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ, ଯାଜପୁର ଜିଲ୍ଲା ଏସ୍ପି ରହୁଲ ପିଆରଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ପାଖ ଜିଲ୍ଲା ଭଦ୍ରକ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ, ଏହି ହତ୍ୟାକାଣ୍ଡର ପର୍ଦ୍ଦା ଫାସ ହେବାକୁ ଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜହାଁ ଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ(୨୬), ନିଳମଣୀ ଦାସଙ୍କ ପୁଅ ମାନସ ଦାସ(୨୮)(ବୁବୁନା) ଏହି ଦୁଇ ସାଙ୍ଗ ମଦ୍ୟପାନ କରି ବାଇକରେ ଜହାଁ ଛକକୁ ଆସିଥିବା ବେଳେ, କିଛି ସମୟ ଅପେକ୍ଷା କରି ଏହି ଦୁଇ ଯୁବକ ପାଣିକୋଇଲି ଟୋଲ ଗେଟ ନିକଟକୁ ଯାଇଥିଲେ । ସେଠାରେ ଆଗରୁ ପରିଚିତ ଥିବା ଦୁଇ କିନ୍ନର ସହିତ କେଉଁ କାରଣରୁ ପାଟି ତୁଣ୍ଡ ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ବେଳେ, ପାଖ ଜିଲ୍ଲା ଭଦ୍ରକ ଆଡ଼ୁ ୫ଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ଏହି କିନ୍ନରଙ୍କ ସହିତ ଯୋଗଦେଇ ବିଜୟ ଏବଂ ମାନସକୁ ମାଡ଼ ମାରିଥିଲେ । ଜୀବନ ବଞ୍ଚାଇବାକୁ ଦୁଇ ସାଙ୍ଗ ବାଇକରେ ଦୃତ ଗତିରେ ଯାଉଥିବା ବେଳେ, କିନ୍ନର ଏବଂ ଏହି ୫ଜଣ ଯୁବକ ସେମାନଙ୍କ ପିଛା କରିଥିଲେ । ଦୁର୍ଘଟଣାରେ ସେମାନଙ୍କର କଲଭଟରେ ମୃତ୍ୟୁ ଘଟିଥିବା ପୋଲିସ ଆଗରେ ଅଭିଯୁକ୍ତ ମାନେ ପ୍ରକାଶ କରିଥିବା ବିଶେଷ ସୁତ୍ରରୁ ଜଣାଯାଇଛି । ଏହି ଦୁଇ ଯୁବକଙ୍କ ମୃତ ଦେହ କଲଭଟ ଉପରୁକୁ କିପରି ଆସିଲା ତାହ ସନ୍ଦେହ ଘେରରେ ରହିଛି । ଅଭିଯୁକ୍ତଙ୍କ ଏହି ବୟାନକୁ ପୋଲିସ ଗ୍ରହଣ କରିପାରୁନଥିବା ବେଳେ, ଏହି ହତ୍ୟା ଘଟଣା ଅଭିଯୁକ୍ତଙ୍କ ମୁହଁରୁ ବାହାର କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଚି । ପୋଲିସ ବିଜୟଙ୍କ ମୋବାଇଲ ଫୋନ ଯାଞ୍ଚ କରିବା ପରେ ଘଟଣା ଦିନ ବିଜୟ ଜଣେ କିନ୍ନରଙ୍କ ସହିତ ଫୋନରେ କଥା ବାର୍ତ୍ତା ହେଉଥିବା ଜଣାପଡ଼ିଥିଲା । ପାଣିକୋଇଲି ପୋଲିସ ଭଦ୍ରକର ଏହି କିନ୍ନରକୁ ଉଠାଇ ଆଣି ପଚରା ଉଚରା କରିବା ପରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପୋଲିସକୁ କିଛି ସୁରାଗ ମିଳିଥିଲା । ଯାଜପୁର ପୋଲିସ ଭଦ୍ରକରେ ଚଢ଼ାଉକରି ଅଭିଯୁକ୍ତ ମାନଙ୍କୁ ଧରିବା ପରେ ଅନ୍ୟଜଣେ ଆସାମୀ ପୋଲିସ ଧରିବା ପାଇଁ ଚେଷ୍ଟା ଚଳାଇଛି । ଶନିବାର ଦିନ ପୋଲିସ ଅଭିଯୁକ୍ତ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଯାଇଥିବା ବେଳେ, ଏହି ଅଭିଯୁକ୍ତ ସେଠାରେ ପୋଲିସ ଡେମୋ ଦେଖାଇଥିଲା । ପାଣି କୋଇଲି ପୋଲିସ କାର୍ଯ୍ୟରେ ଲାଗିଥିବା କିଛି ଜେସିବି ଏବଂ ରୋଲର ଚାଳକଙ୍କୁ ପଚରା ଉଚରା କରି ଫେରିଥିବା ବେଳେ, କିନ୍ନର ଏବଂ ତାଙ୍କ କିଛି ସହଯୋଗି ଏହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାଯାଇଛି । ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପାଇଁ ଯାଜପୁର ଜିଲ୍ଲା ଏସପିଙ୍କ ନିକଟରେ ଜନସାଧାରଣ ତାଙ୍କ ତରଫରୁ ଦାବି କରିଛନ୍ତି । ଏହି ଦୁଇ ଯୁବକଙ୍କୁ କାହିଁକି ହତ୍ୟା କରାଗଲା ତାହା ସନ୍ଦେହ ଘେରରେ ରହିଛି।

ଯାଜପୁର ପ୍ରତିନିଧି ନାରାୟଣ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *