Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱର୍ଗତ ପ୍ରଭୁଦାନ ଭତ୍ରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

1 min read

ଜୟପୁର (ସଖପ୍ର): ସ୍ଥାନୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ. ଏମ ତାଲିମ କେନ୍ଦ୍ର ପରିସରରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। କବି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ.ଗଙ୍ଗାଧର ନନ୍ଦ ଓ ମୁଖ୍ୟ ବକ୍ତାଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦଦ୍ୟ ଶ୍ରୀ ଲାଷ୍ମୀକାନ୍ତ ପାଢି,ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରମେୟ ଦୈନିକ ଖବର କାଗଜ ଜୟପୁର ସଂସ୍କରଣର ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ ଓ ସକାଳ ଦୈନିକ ଖବର କାଗଜ ଜୟପୁର ସଂସ୍କରଣର ଆଞ୍ଚଳିକ ମୁଖ୍ୟ ରାକେଶ କୁମାର ପାଢୀ ଯୋଗଦେଇ ସ୍ବର୍ଗତ ଭତ୍ରାଙ୍କର କର୍ମମୟ ଜୀବନ, ସାରସ୍ୱତ ସୃଷ୍ଟି ସମ୍ଭାର ,ସାମ୍ବାଦିକତା, ସାଙ୍ଗଠନିକ ଦକ୍ଷତା,ସମାଜସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ସୁଧାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ସ୍ୱର୍ଗତ ପ୍ରଭୁଦାନ ଭତ୍ରାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସୁଶ୍ରୀ ହର୍ଷିତା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାନନ୍ଦିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ନାରାୟଣ ପାତ୍ର ପ୍ରଥମ ଅଧିବେଶନର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ହୋତା,ଚନ୍ଦ୍ରମଣି ବାରିକ,ନାରାୟଣ ପାତ୍ର, ଶୋଭାଗିନୀ ନନ୍ଦ,ଶ୍ୟାମଳା ଦେବୀ ପ୍ରମୁଖଗଣ ପ୍ରଭୁଦାନ ଭତ୍ରାଙ୍କର ସ୍ମୃତି ଚାରଣ କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ କବି ପ୍ରକାଶ ମହା ନନ୍ଦିଆଙ୍କ ସଭାପତିତ୍ୱରେ ବିବିଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ତୋଷ କୁମାର ସାହୁ, ମମତା ମହାପାତ୍ର, କୁନା ମହାପାତ୍ର,ରୀତାଞ୍ଜଳି ଡାକୁଆ,ପ୍ରମୋଦ କୁମାର ରାଉଳ, ଅନନ୍ତ ବିଜୟ ଧୀବର,କବିତା ସାହୁ,ଶୋଭାଗିନୀ ନନ୍ଦ,ଯଜ୍ଞେଶ୍ବର ପଣ୍ଡା, ସଂଯୁକ୍ତା ରାଉତ,କୃଷ୍ଣଚନ୍ଦ୍ର ହୋତା ଅଶୋକ ମହାରଣା,ଲାଷ୍ମୀକାନ୍ତ ରଥ,ସୂର୍ଯ୍ୟମଣି ମାଝି,ତପନ କିରଣ ତ୍ରିପାଠୀ,ଅଭିମନ୍ୟୁ ବେନ୍ୟା ପ୍ରମୁଖ କବିମାନେ କବିତା ପାଠ କରିଥିଲେ। ଏ.ଏନ.ଏମ କେନ୍ଦ୍ରର ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। କବି କୃଷ୍ଣଚନ୍ଦ୍ର ହୋତା ଓ କବୟିତ୍ରୀ ଶୋଭାଗିନୀ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

ଜୟପୁର ପ୍ରତିନିଧି ନୀଳମାଧବ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *